ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି , ଫାଇନାଲରେ ପ୍ରବେଶ ପାଇଁ ଆଜିର ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

ନିଦାହାସ ଟ୍ରଫି

ହାସ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତୀୟ ଦଳ ଆଜି ନିଜର ତୃତୀୟ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ପରସ୍ପରକୁ ଭେଟିବେ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଆଜି ମ୍ୟାଚରେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ନେବାର ଲକ୍ଷ ରଖିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନକୁ ଫେରିବା ପାଇଁ ପ୍ରସ୍ତୁତ ରହିଛି ।

ପୂର୍ବ ତିନୋଟି ମ୍ୟାଚରେ ସମାନ ସ୍ଥିତିରେ ଅଛନ୍ତି ତିନି ଦଳ । ଫାଇନାଲ ପ୍ରବେଶ ଦୃଷ୍ଟିରୁ ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ । ଅନ୍ୟପଟେ ତିନିଟି ଯାକ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନ ପଏଂଟ ପାଇ ସମାନ ସ୍ଥିତିରେ ରହିଛନ୍ତି ।

ହେଲେ ଗୋଟିଏ ବିଜୟରେ ସବୁ କିଛି ଓଲଟ ପାଲଟ ହୋଇ ଯାଇପାରେ । ଭାରତ ଶୀର୍ଷ ସ୍ଥାନକୁ ଚାଲି ଯାଇପାରେ । ତେବେ ଦକ୍ଷିଣ ଆଫ୍ରିକା ଭଳି ଶ୍ରୀଲଙ୍କାରେ ମଧ୍ୟ ଧୱନ ଧମାକା ଦେଖାଉଛନ୍ତି । ବାମହାତୀ ବୋଲର ଜୟଦେବ ଉନାଦକଟ ଏବଂ ଅଲରାଉଣ୍ଡର ବିଜୟ ଶଙ୍କର ବି ଭଲ ଖେଳ ଜାରି ରଖିଛନ୍ତି । ତେଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।

କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ବିଫଳତା ହି ଭାରତ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି । ରୋହିତ ଶର୍ମାଙ୍କ ଖରାପ ଫର୍ମ ଦକ୍ଷିଣ ସିରିଜ ଆରମ୍ଭରୁ ଜାରି ରହିଛି । ସେ ଆତ୍ମ ବିଶ୍ଵାସ ଫେରି ପାଇବା ପାଇଁ ଦ୍ରୁତ ଗତିରେ ରନ କରିବାକୁ ଚାହୁଁଛନ୍ତି। ରୋହିତ ଅନ୍ତିମ ୫ଟି ଟି-୨୦ରେ ୧୭, ୦, ୧୧, ୦,  ଓ ୨୧ ରନ କରିଛନ୍ତି ।

ପଢନ୍ତୁ ;

ଝିଅମାନେ ପୁଅମାନଙ୍କୁ କେଉଁ ୫ ଟି ଗୁଣ ଲୁଚାଇ ଥାଆନ୍ତି ଜାଣନ୍ତୁ

ଫାଇନାଲ ପ୍ରବେଶ ଦୃଷ୍ଟିରୁ ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ - 4.5

90%

କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ବିଫଳତା ହି ଭାରତ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି - 4.4

88%
4.5/5

Very Good!

ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି , ଫାଇନାଲରେ ପ୍ରବେଶ ପାଇଁ ଆଜିର ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

ହାସ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତୀୟ ଦଳ ଆଜି ନିଜର ତୃତୀୟ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ପରସ୍ପରକୁ ଭେଟିବେ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଆଜି ମ୍ୟାଚରେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ନେବାର ଲକ୍ଷ ରଖିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନକୁ ଫେରିବା ପାଇଁ ପ୍ରସ୍ତୁତ ରହିଛି । 

No Votes Yet

You're not rated yet