VASTU

ରାତିରେ ଜନ୍ମ ହୋଇଥିବା ଲୋକମାନେ ହୋଇଥାନ୍ତି ବହୁତ ଖାସ: ଜାଣନ୍ତୁ କିପରି

କୌଣସି ମନୁଷ୍ୟର ଜନ୍ମ ଭଗବାନଙ୍କ ଦ୍ଵାରା ନିଶ୍ଚିତ କରାଯାଇଥିବା ସମୟରେ  ହିଁ ହୋଇଥାଏ । ଛୋଟ ପିଲା ରୂପରେ ମାନବ ଏହି ଦୁନିଆରେ ଆସିଥାଏ । ଏହି ଦୁନିଆରେ କେବେ ଓ କାହାର ଆଗମନ ହେବ ଏହା କେବଳ ଭଗବାନ ହିଁ ନିଶ୍ଚିତ କରିପାରିବେ । ଜନ୍ମ ଓ ମୃତ୍ୟୁ  ଇଶ୍ଵରଙ୍କ ହାତରେ ଅଛି । ହିନ୍ଦୁ ଶାସ୍ତ୍ରକୁ ମାନିଲେ ଭଗବାନ ମାନବର ଜନ୍ମ ସହିତ ହିଁ ତାହାର ଭାଗ୍ୟ ଲେଖି ଦେଇଥାନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ ଏହି ଦୁନିଆରେ ଭଗବାନଙ୍କର କୌଣସି ଅସ୍ତିତ୍ଵ ନାହିଁ କିନ୍ତୁ ବେଳେ ବେଳେ କିଛି ଏମିତି ଚମତ୍କାର ହୋଇଯାଏ ଯାହା ବିଷୟରେ ମନୁଷ୍ୟ କେବେ ବି କଳ୍ପନା କରି ନଥାଏ । ଏହାତ ସମସ୍ତେ ଜାଣିଛନ୍ତି କି ଏକ ଶିଶୁର ଜନ୍ମ କୌଣସି ସମୟରେ ବି ହୋଇପାରେ । କଣ ଆପଣ ଏହି କଥା ଦ୍ଵାରା ପରିଚିତ ଅଛନ୍ତି କି ରାତି ସମୟରେ ଯଦି କୌଣସି ଶିଶୁର ଜନ୍ମ ହୋଇଥାଏ ତେବେ ତାଙ୍କ ମଧ୍ୟରେ କିଛି ବିଶେଷ ଗୁଣ  ରହିଥାଏ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ବିଶେଷ ଗୁଣ!!!

କଥାରେ ଇମ୍ପ୍ରେସ କରିବା

ଏହି ଲୋକମାନେ ନିଜ କଥା ଦ୍ଵାରା କାହାର ବି ହୃଦୟ ଜିତି ପାରନ୍ତି । ତାଙ୍କୁ ଅନ୍ୟ ଲୋକମାନଙ୍କୁ ଇମ୍ପ୍ରେସ କରିବାରେ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ ।

ନ ଡରି କଥାବାର୍ତ୍ତା କରିବା

ଏହି ଲୋକମାନଙ୍କୁ କିଛି ଭୁଲ ନଜର ଆସିଲେ ତେବେ ସେମାନେ ତାଙ୍କ ମୁହଁରେ ହିଁ କହିଦିଅନ୍ତି । ଏହି ଲୋକମାନେ ନ ଡରି କଥାବାର୍ତ୍ତା କରନ୍ତି ।

ହାର ମାନନ୍ତି ନାହିଁ

ଯେଉଁ ଲୋକମାନେ ରାତିରେ ଜନ୍ମ ହୋଇଥାନ୍ତି ସେମାନେ କୌଣସି କାର୍ଯ୍ୟ ପୁରା କରିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ଓ ସେତେବେଳ ପର୍ଯ୍ୟନ୍ତ ହାର ମାନନ୍ତି ନାହିଁ ଯେତେବେଳ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ସଫଳ ନ ହୋଇଯାଇଛି ।

ଖୋଲା ଆଖିରେ ସ୍ଵପ୍ନ ଦେଖିବା

ରାତିରେ ଜନ୍ମ ନେଇଥିବା ଲୋକମାନେ ଖୋଲା ଆଖିରେ ସ୍ଵପ୍ନ ଦେଖିବାରେ ବିଶ୍ଵାସ ରଖନ୍ତି । କେବଳ ସ୍ଵପ୍ନ ଦେଖନ୍ତି ନାହିଁ ତାହାକୁ ପୁରା କରିବାରେ ମଧ୍ୟ ବିଶ୍ଵାସ ରଖନ୍ତି ।

ପଢନ୍ତୁ:  ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁ ନାହିଁ ଏହି କାମ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଚାନ୍ଦି ହାତୀ ରଖିବାଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ENO Beuro

2 comments

Leave a Comment