Loading...

ଓମିକ୍ରନ୍ ପାଇଁ ବିଭିନ୍ନ ରାଜ୍ୟରେ ଲାଗୁହେଲାଣି ନାଇଟ କର୍ଫ୍ୟୁ

ଓମିକ୍ରନ୍ ପାଇଁ  ବିଭିନ୍ନ ରାଜ୍ୟରେ ଲାଗୁହେଲାଣି ନାଇଟ କର୍ଫ୍ୟୁ

ଚିନ୍ତା ବଢ଼ାଇଛି ଓମିକ୍ରନ୍ ଭାରିଆଣ୍ଟ । ତୃତୀୟ ଲହରକୁ ନେଇ ଆତଙ୍କ ଭିତରେ ବିଭିନ୍ନ ରାଜ୍ୟରେ ଜାରି ହୋଇଛି କଟକଣା ।

ଚିନ୍ତା ବଢ଼ାଇଛି ଓମିକ୍ରନ୍ ଭାରିଆଣ୍ଟ । ତୃତୀୟ ଲହରକୁ ନେଇ ଆତଙ୍କ ଭିତରେ ବିଭିନ୍ନ ରାଜ୍ୟରେ ଜାରି ହୋଇଛି କଟକଣା । ଦିଲ୍ଲୀଠାରୁ ଆରମ୍ଭ କରି ତେଲେଙ୍ଗାନା, ଗୁଜୁରାଟ ସମେତ ଅନ୍ୟ କେତେକ ରାଜ୍ୟରେ କଟକଣା ଲାଗୁ ହୋଇଛି । ଓମିକ୍ରନ୍ ମାମଲା ବଢୁଥିବାରୁ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଉତ୍ତରପ୍ରଦେଶରେ ୨୫ ଡିସେମ୍ବରରୁ ଲାଗୁ ହେବ କଟକଣା । ରାତି ୧୧ରୁ ଭୋର ୫ଟା ଯାଏ ଲାଗିବ ନାଇଟ୍ କର୍ଫ୍ୟୁ । ଉକ୍ତ ରାତ୍ରକାଳୀନ କର୍ଫ୍ୟୁର ସମୟ ଅବଧି ହେଉଛି ରାତ୍ର ୧୧ଟାରୁ ଭୋର୍‌ ୫ଟା। ଏହା ବ୍ୟତିରେକେ, କୌଣସି ବୈବାହିକ ଅନୁଷ୍ଠାନରେ ୨୦୦ରୁ ଅଧିକ ଜନସମାଗମ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। କର୍ଫ୍ୟୁ ସମୟରେ ସର୍ବସାଧାରଣଙ୍କ ଚଳାଚଳ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

[penci_related_posts taxonomies="undefined" title=" ଆହୁରି ପଢନ୍ତୁ background="" border="" thumbright="yes" number="2" style="grid" align="none" displayby="cat" orderby="random"]

ତେଲେଙ୍ଗାନାର ଏକ ଗାଁରେ ଲକଡାଉନ ଲଗାଯାଇଛି । ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଲକଡାଉନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ବି କେସ୍ ବଢୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ଜନସମାଗନ ଓ ସେଲିବ୍ରେସନ ଉପରେ ରୋକ ଲଗାଯାଇଛି । ଏହାଛଡ଼ା ସମସ୍ତ ସାମାଜିକ, ରାଜନୈତିକ, ଧାର୍ମିକ ସଭା ସମିତିର ଆୟୋଜନ ନକରିବାକୁ ଗାଇଡଲାଇନ ଜାରି ହୋଇଛି । ସର୍ବାଧିକ ଓମିକ୍ରନ୍ କେସ୍ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ବି କରୋନା କଟକଣାକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି । 

ପଢନ୍ତୁ: ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.