• Home
  • News
  • ସ୍ନାତକ ଡିଗ୍ରୀଧାରୀଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଲିଅନ୍ତା ବ୍ଲକରେ ଆୟୋଜିତ ହେଉଛି ନିଯୁକ୍ତି ମେଳା
News

ସ୍ନାତକ ଡିଗ୍ରୀଧାରୀଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଲିଅନ୍ତା ବ୍ଲକରେ ଆୟୋଜିତ ହେଉଛି ନିଯୁକ୍ତି ମେଳା

ବାଲିଅନ୍ତା ବ୍ଲକର ୧୬ଟି ଗ୍ରାମପଞ୍ଚାୟତର ଅଷ୍ଟମରୁ ସ୍ନାତକ ଡିଗ୍ରୀଧାରୀ ବେକାର ଯୁବକ ଯୁବତିମାନଙ୍କୁ ନିଜ ନିଜର ଯୋଗ୍ୟତା ଅନୁଯାୟୀ ପସନ୍ଦ ମୁତାବକ ବୃତ୍ତିକୁ ଆଧାର କରି ତାଲିମ ଦିଆଯିବା ପାଇଁ ଆୟୋଜିତ ହେଉଛି ନିଯୁକ୍ତି ମେଳା । ୩ରୁ ୫ମାସ ପର୍ଯ୍ୟନ୍ତ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ତାଲିମ ପରେ ବେକାର ଯୁବକ ଯୁବତୀଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ରଖାଯାଇଛି ।

ବାଲିଅନ୍ତା ବ୍ଲକ ପରିସରରେ ଏହି ଉପଲକ୍ଷେ ଆୟୋଜିତ ନିଯୁକ୍ତି ମେଳାରେ ପ୍ରାୟ ୪୦୦ ବେକାର ଯୁବକ ଯୁବତୀଙ୍କ ନାମ ତାଲିମ ପାଇଁ ପଞ୍ଜୀକୃତ କରାଯାଇଛି । କାର୍ଯ୍ୟକ୍ରମକୁ ମଣ୍ଡଳ ପ୍ରକଳ୍ପ ପରିଚାଳିକ ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ପରିଚାଳନା କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଆରତି ସାହୁ ଦୀପପ୍ରଜ୍ଵଳନ କରି ତାଙ୍କ ଭାଷଣରେ ବେକାର ଯୁବକ ଯୁବତୀମାନେ ସ୍ୱାବଲମ୍ବନଶୀଳ ଭାବେ ନିଜକୁ ଗଢି ତୋଳିବାକୁ ଆହ୍ଵାନ ଦେଇଥିଲେ । ମଣ୍ଡଳ ଜୀବିକା ସଂଯୋଜକ ସଞ୍ଜୟ ସାହୁ ,ଗଙ୍ଗୋତ୍ରୀ ଦଳେଇ , ମିନତୀ ସାହୁ  ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

୧୬ଟି ପଞ୍ଚାୟତରୁ ଆସିଥିବା ୧୬ଜଣ ଏମବିକେଙ୍କ ସମେତ ସମସ୍ତ ପଞ୍ଚାଯତର ସିଅରପିମାନେ କାର୍ଯ୍ୟକ୍ରମ ସଫଳ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ବେଣ୍ଟପୁର ପଞ୍ଚାଯତ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଖାଦ୍ୟମେଳାକୁ ମଣ୍ଡଳ ପ୍ରକଳ୍ପ ପରିଚାଳିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ପଞ୍ଚାୟତର ମୁରଲୀ ସାହୁ ,ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ , ଜିଲ୍ଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର , ସଭାପତି ଶ୍ରଦ୍ଧାଞ୍ଜଳି ତ୍ରିପାଠୀ , ସମ୍ପାଦିକା ନିବେଦିତା ସେନାପତି, ଏମବିକେ ଊର୍ମିଳା ଭୋଇ ପ୍ରମୁଖ ଜୋଗଦେବାରୁ କୃତଜ୍ଞତା ଜଣାଇଥିଲେ ।

ସ୍ନାତକ ଡିଗ୍ରୀଧାରୀଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଲିଅନ୍ତା ବ୍ଲକରେ ଆୟୋଜିତ ହେଉଛି ନିଯୁକ୍ତି ମେଳା   ସ୍ନାତକ ଡିଗ୍ରୀଧାରୀଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଲିଅନ୍ତା ବ୍ଲକରେ ଆୟୋଜିତ ହେଉଛି ନିଯୁକ୍ତି ମେଳା

ପଢନ୍ତୁ, ଦର୍ଶକଙ୍କୁ ନିରାଶା କରିବେ ଭୂମିକା ଦାଶ, ସିନେମା ଜଗତରୁ ନେବେ ବିଦାୟ

Related posts

ପରଲୋକରେ କରୁଣାନିଧି

Krishna Kumar Manoj

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ଅରୁଣାଞ୍ଚଳ ଗ୍ରସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବନାହିଁ : ଚୀନ

Krishna Kumar Manoj

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More