ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

nikita

“ଟେଲି ଓ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଉଚ୍ଚ ସ୍ଥାନରୁ ପଡ଼ି ହୋଇଛି। ତାଙ୍କ ମୁଣ୍ଡ ଓ ଛାଡ଼ିରେ ଗଭୀର ଆଘାତ ଲାଗିଛି। ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା।” ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି।

ନିକିତାଙ୍କ ସ୍ୱାମୀଙ୍କୁ ଗିରଫ ପରେ ଶାଶୁ ଓ ଶ୍ୱଶୁରଙ୍କୁ ଖୋଜୁଛି ପୋଲିସ । ସେମାନେ କଟକରୁ ଫେରାର ହୋଇଯାଇ ଗିରଫଦାରୀ ଏଡାଇବା ଭୟରେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି। ସେପଟେ କମିଶନରେଟ୍‌ ପୋଲିସର ଏକ ଟିମ୍‌ ଉଭୟଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଥାନାରେ ହାଜର ହେବା ପାଇଁ ଦୁଇ ଜଣଙ୍କୁ ନୋଟିସ୍‌ କରାଯାଇଥିଲେ ମଧ୍ୟ ସେମାନେ ହାଜର ହୋଇନଥିଲେ।

nikita

ସୂଚନାଯୋଗ୍ୟ,ନିକିତାଙ୍କ ବାପା ସନାତନ ବେହେରା ଝିଅକୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ସନାତନ ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ ଆଣିଥିଲେ। କଟକ ମହାନଦୀବିହାର ସ୍ଥିତ ତାଙ୍କ ବାପା ଘରେ ଥିବା ବେଳେ, ନିକିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନିକିତାଙ୍କୁ ମୃତ ଘୋଷଣା କରିଥିଲେ ।

ପଢନ୍ତୁ; ନୂଆ କିସମର ଚାଉଳ,ଥଣ୍ଡା ପାଣିରେ ହେବ ଭାତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More