News

ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା କଥାଟି ଗୁଜବ :ନିକି ହେଲି

ଟ୍ରମ୍ପ୍‌ଙ୍କ ସହ ନିକି ହେଲିଙ୍କ ଆଫେୟାର୍‌କୁ ନେଇ ଚର୍ଚା

ଟ୍ରମ୍ପ୍‌ଙ୍କର ଆଫେୟାର୍‌ ରହିଛି। କାହା ସହିତ ରହିଛି ଏ ପୁସ୍ତକରେ ତାହା ଟିକିନିଖି ଭାବେ ଉଲ୍ଲେଖ ଅଛି ବୋଲି ବହୁଳ ବିକ୍ରୟ ହେଉଥିବା ପୁସ୍ତକ ‘ଫାୟାର୍‌ ଆଣ୍ଡ୍‌ ଫ୍ୟୁରି’’ର ଲେଖକ ମାଇକେଲ୍‌ ଉଲ୍‌ଫ୍‌ ଏକ ସାକ୍ଷାତ୍‌କାରରେ କହିବା ପରେ ଏ ଭଳି ଗୁଜବର ସୂତ୍ରପାତ ହୋଇଥିଲା।ପୁସ୍ତକରେ ଉଲ୍‌ଫ୍‌ ଲେଖିଛନ୍ତି ଯେ ଟ୍ରମ୍ପ୍‌ଙ୍କ ପ୍ରଶାସନର ହାଇପ୍ରୋଫାଇଲ୍‌ ମହିଳା ହେଲି ରାଷ୍ଟ୍ରପତିଙ୍କ ଉତ୍ତରାଧୀକାରିଣୀ ଭଳି ନିଜକୁ ପ୍ରତିପାଦିତ କରୁଛନ୍ତି।

ଜାତିସଙ୍ଘସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲିଙ୍କର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା ଗୁଜବକୁ ନିକି ହେଲି ସମାଲୋଚନା କରି କହିଛନ୍ତି ଏହା ଖୁବ୍‌ ଅପମାନଜନକ କଥା।ଆମେରିକୀୟ ରାଷ୍ଟ୍ରପତିକଙ୍କ ସହ ରୋମାଣ୍ଟିକ୍‌ ଆଫେୟାର୍ସ ଥିବା କଥାକୁ ଗୁରୁବାର ଦିନ ‘ପଲିଟିକୋ’ସ୍‌ ଉଇମିନ୍‌ ରୁଲ୍‌ ପୋଡ୍‌କାଷ୍ଟ୍‌ ସହ ଏକ ସାକ୍ଷାତ୍‌କାରରେ ହେଲି ଖଣ୍ଡନ କରିଛନ୍ତି।ହେଲି କହିଥିଲେ, ଏଇଟା ନିହାତି ମିଛ କଥା। ଖୁବ୍‌ ଅପମାନଜନକ କଥା ।

ରାଷ୍ଟ୍ରପତିଙ୍କ ବିମାନ ଏବଂ ଓଭାଲ୍‌ ଅଫିସ୍‌ରେ ବହୁ ଅଣଆନୁଷ୍ଠାନିକ ସମୟ ବିତାଉଛନ୍ତି ବୋଲି ନିଜ ବହିରେ ଉଲ୍‌ଫ୍‌ କରିଥିବା ଆକଳନକୁ ସେ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି: ମୁଁ ଥରେ ମାତ୍ର ଏୟାର୍‌ ଫୋର୍ସ ଓ୍ଵାନ୍‌କୁ ଯାଇଥିଲି। ମୁଁ ଥିଲାବେଳେ ସେଥିରେ ଅନ୍ୟ କେତେକ ଲୋକ ମଧ୍ୟ ଉପସ୍ଥିତ ଥିଲେ।

ମୋର ରାଜନୈତିକ ଭବିଷ୍ୟତ ନିମନ୍ତେ ଓଭାଲ୍‌ରେ ରାଷ୍ଟ୍ରପତିଙ୍କ ସହ ମୁଁ ବହୁ ଆଲୋଚନା କରୁଛି ବୋଲି ଉଲ୍‌ଫ୍‌ ଦାବି କରିଛନ୍ତି। କିନ୍ତୁ, ମୁଁ ମୋ ଭବିଷ୍ୟତ ବିଷୟରେ କେବେ କିଛି କହିନାହିଁ। ମୁଁ କେବେହେଲେ ତାଙ୍କ ପାଖରେ ଏକୁଟିଆ ରହେନାହିଁ।

ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା କଥାଟି ଗୁଜବ :ନିକି ହେଲି Nakki heley

ପଢନ୍ତୁ ;

ବିବାହର ପ୍ରଥମ ରାତିରେ ଜୀବନ ସାଥି ସହ କ’ଣ କଥା ହେବା ଉଚିତ ଆସନ୍ତୁ ଜାଣିବା

Related posts

କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ମାରୁ ମାରୁ ମାରି ଦେଲି …..

Krishna Kumar Manoj

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

Krishna Kumar Manoj

Odisha Govt Decided To Make Helmet Compulsory For Motorcycle Riders

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More