CULTURES

ଆଜି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ

ସାରିଲା ଘୋଷଯାତ୍ରା। ଆଜି ସନ୍ଧ୍ୟାରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବେ। ପ୍ରଥମେ କୃଷ୍ଣବଳରାମ ଓ ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ତା’ପରେ ଶ୍ରୀସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରତ୍ନସିଂହାସନକୁ ବିଜେ କରାଯିବ। ତା’ପରେ ଆରମ୍ଭ ହେବ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥାଏ।

ନୀଳାଦ୍ରି ବିଜେ ପାଇଁ ପ୍ରସ୍ତୁତ ରହିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିବା ବେଳେ କେତେକ କଟକଣା ମଧ୍ୟ ଲଗାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ବିତ କରି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ। ନୀଳାଦ୍ରି ବିଜେ ସମୟରେ ରଥ ନିକଟରେ କିମ୍ବା ଶ୍ରୀମନ୍ଦିର ପରିସରରେ ରକେଟ୍‌ ତଥା ଅନ୍ୟାନ୍ୟ ପ୍ରଦୂଷଣକାରୀ ବାଣ ଫୁଟାଯିବ ନାହିଁ। ଏହାକୁ କଡ଼ାକଡ଼ି ପାଳନ କରାଯିବ।

ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହାର ଖିଲାପ କରନ୍ତି ତେବେ ତାଙ୍କଠାରୁ ପୋଲିସ ବାଣ ଜବତ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶ୍ରୀମନ୍ଦିର ସଂରକ୍ଷଣରେ ବାଧା ଉପୁଜୁଥିବାରୁ ଶ୍ରୀମନ୍ଦିର ପରିସରରେ କୌଣସି ପ୍ରକାର ବାଣ ଫୁଟାଯିବ ନାହିଁ ବୋଲି ସୂଚନା ମିଳିଛି।

ପଢନ୍ତୁ; ‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ପାଇଁ ଜୋରସର ପ୍ରସ୍ତୁତି ପର୍ବ, ରଙ୍ଗବେରଙ୍ଗ ଡଙ୍ଗାରେ ଝଲସୁଛି ବଜାର

ENO Beuro

ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ମହା ଷଷ୍ଠୀ ପୂଜା

ENO Beuro

ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More