27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ଭିକାରି ମୁକ୍ତ ହେବ ଶ୍ରୀକ୍ଷେତ୍ର, ଆରମ୍ଭ ହେବ ‘ନୀଳାଦ୍ରି ନୀଳୟ’ ଯୋଜନା

ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରାଯିବ। ସମସ୍ତ ଭିକାରିଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ। ମୁଖ୍ୟସ୍ରୋତରେ ସାମିଲ୍‌ ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା। ଏହି ଉପଲକ୍ଷେ ଆଜି ସଂସ୍କୃତି ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ‘ନୀଳାଦ୍ରି ନୀଳୟ’ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖର ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବେଚ୍ଛାସେବୀମାନେ ଏହି ଯୋଜନାକୁ ସଫଳ କରିବା ପାଇଁ ହାତ ବଢ଼ାଇଛନ୍ତି।

ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହବାକୁ ଥିବା ଏହି ଯୋଜନାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଠଟି ‘ନୀଳାଦ୍ରି ନୀଳୟ’ ଭିକାରି ପୁନର୍ବାସ ଗୃହ ଖୋଲିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥିସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ପୁରୀ ପୌରାଞ୍ଚଳ ତଥା ଆଖପାଖରେ ଭିକାରିମାନଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ ।

ପଢନ୍ତୁ: କାଲିଠୁ ୮ ଯାଏ ଲାଗି ରହିବ ବର୍ଷା

Related posts

୯୨ ବର୍ଷରେ ପାଦ ଥାପିଲେ ଆଡଭାନୀ

Ratnamani Maharana

ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More