Entertainment

ରିଲିଜ ହେଲା ଓଲିଉଡ କ୍ୱିନ ବର୍ଷାଙ୍କ ଫିଲ୍ମ ‘ନିମକି’ର ଟ୍ରେଲର

nimik

ରିଲିଜ ହେଲା ‘ନିମକି’ର ଟ୍ରେଲର

ଗତକାଲି ନିମକି,ନିମପୁରରୁ ନବୀନ ନିବାସର ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ବର୍ଷା। ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶୁଶାନ୍ତ ମଣୀ। ଏକ ଭିନ୍ନ ଚଳଚିତ୍ରର କାହାଣୀକୁ ନେଇ ତିଆରି କରାଯାଇଛି ଫିଲ୍ମ ନିମକି । ଏହି ଫିଲ୍ମରେ ଏକ ସାଧାରଣ ଝିଅର ଅସାଧାରଣ କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ।

nimik

ନିମକି ଫିଲ୍ମ ଜରିଆରେ ଏକ ସାଧାରଣ ଗାଉଁଲି ଝିଅ ଭୂମିକାରେ ନଜର ଆସିବେ ବର୍ଷା । ଯାହାର ରାଜନିତୀରେ ଯୋଗ ଦେବା ପାଇଁ ଖୁବ୍ ଆଗ୍ରହ ରହିଛି । ଏକ ଛୋଟ ଗାଁ -ନିମପୁରରୁ ନବୀନ ନିବାସ ଯାଏଁ ତାଙ୍କ ସଂଘଷପୂର୍ଣ୍ଣ ଯାତ୍ରା ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ । ଏଥିରେ ବହୁ ପ୍ରତୀକ୍ଷିତ ନେତା ମଧ୍ୟ ନଜର ଆସିବେ।

barsa

ଏହି ଫିଲ୍ମରେ ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଟିଜରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମଟିକୁ ପୂରା ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ରାଜନୈତିକ ବ୍ୟକ୍ତି ମଧ୍ୟ ଆଶାବାଦୀ ଅଛନ୍ତି।

ପଢନ୍ତୁ;ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା

Related posts

ଲୋକପ୍ରିୟ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ

ENO Beuro

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା ଏବଂ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

ENO Beuro

ହକି ବିଶ୍ଵକପରେ ତରକା ମେଳି: ଆସିବେ ଅମିତାଭ,ଆମିର,ସଚିନ!

ENO Beuro

1 comment

Leave a Comment