News

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

୯ ରାଉଣ୍ଡ ଗୁଳି ଖାଇବା ପରେ ମଧ୍ୟ ଯୁଦ୍ଧକ୍ଷେତ୍ରରେ ହାର ମାନି ନ ଥିଲେ

ସାହାସୀ ସିଆରପିଏଫ ଯବାନ ଚେତନ ଚିତାହ କହିଥିଲେ କି ଏମିତି ପ୍ରତୀତ ହେଉଥିଲା ଆହୁରି ଅନେକ କିଛି କରିବାର ଅଛି । ମୋ ପରିବାର ଚିନ୍ତାରେ ଥିଲେ । ଧର୍ମପତ୍ନୀଙ୍କ ଆଖିରୁ ଲୁହ ଶୁଖୁନଥିଲା ଡାକ୍ତର କହୁଥିଲେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିବ କିନ୍ତୁ ହସପିଟାଲ ବେଡରେ ମୋତେ ଭାରତମାତାର ଚିତ୍କାର ଶୁଭୁଥିଲା ।

ଉତ୍ତର ଜାମ୍ମୁ-କାଶ୍ମୀର ବାନ୍ଦିପୋରାର ହେଇଜାନ ଅଂଚଳରେ ଗତବର୍ଷ ଫେବୃୟାରୀ ୧୪ ତାରିଖରେ  ଯୁଦ୍ଧ ହୋଇଥିଲା ।  ଯୁଦ୍ଧରେ ଆତଙ୍କବାଦୀଙ୍କଠାରୁ ୯ ରାଉଣ୍ଡ ଗୁଳି ଖାଇବା ପରେ ମଧ୍ୟ ଯୁଦ୍ଧକ୍ଷେତ୍ରରୁ ନ ଫେରି ଚିତାହ ସାହାସର ସହ ମୁକାବିଲା କରିଥିଲେ ।

ଇଣ୍ଡିଆନ ଆର୍ମିରେ ୪୫ ବାର୍ଟାଲିୟାନରେ ରହି ଦେଶ ପାଇଁ କାମ କରୁଥିବା ଚିତାହଙ୍କୁ ଉକ୍ତ ଦିନ ହେଇଜାନ ଅଂଚଳରେ ସର୍ଚ୍ଚ ଅପରେସନ ପାଇଁ ଅର୍ଡର ମିଳିଥିଲା । ଚିତାହ ଏବଂ ତାଙ୍କ ଯବାନ ସାଥି ଅପରେସନ କରୁଥିବା ସମୟରେ ଲୁକ୍କାୟିତ ଅବସ୍ଥାରେ ଥିବା ଆତଙ୍କବାଦୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳିବର୍ଷଣ କରିଥିଲେ ।

ଚିତାହ କିଛି ଭାବିବା ପୁର୍ବରୁ ତାଙ୍କ ଶରୀରର ଅର୍ଦ୍ଧେକ ଭାଗରେ ୫ ଟି ଗୁଳି ବାଜି ସାରିଥିଲା ।ବାହାଦୁର ଯବାନ ରଣକ୍ଷେତ୍ରରୁ ପଛଘୁଂଚା ନଦେଇ ଆତଙ୍କବାଦୀ ଗୁଳିର ଯବାବ ଦେଇଥିଲେ । କିନ୍ତୁ ଅବସ୍ଥା ସେତେବେଳେ ଶୋଚନୀୟ ହେଲା ଯେତେବେଳେ ତାଙ୍କ ଦେହରେ ଆଉ ୪ଟି ଗୁଳି ଫୁଟିଲା । ଡାହାଣ ଆଖି, ଦୁଇ ବାହୁ. ପିଠି,ମୁଣ୍ଡ ଭଳି ଶରୀରର ଅତି ସମ୍ବେଦନଶୀଳ ସ୍ଥାନରେ ଗୁଳି ବାଜିଥିଲା।

ଦିଲ୍ଲୀର ଏମସ ହସପିଟାଲରେ ଦେଢମାସ ପର୍ଯ୍ୟନ୍ତ କୋମାରେ ରହିବା ପରେ ଚିତାହଙ୍କ ହୋସ ଫେରିଥିଲା । କିଛି ସମୟ ବେଡ ରେଷ୍ଟ ନେବା ପରେ ସେ ପୁନଶ୍ଚ ଡ୍ୟୁଟିରେ ଜଏନ କରିବା ପାଇଁ ପରିବାରକୁ କହିଥିଲେ । ଏକ ସାକ୍ଷାତକାରରେ ଚିତାହ କହିଥିଲେ “ଏହା ଏକ ଚମତ୍କାର ବ୍ୟତୀତ ଆଉ କିଛି ନୁହଁ ” ।

୪୫ ବର୍ଷୀୟ ଏହି ବୀର ଯବାନଙ୍କୁ ରାଷ୍ଟ୍ରପତୀଙ୍କ ଠାରୁ କିର୍ତ୍ତୀ ଚକ୍ର ଆୱାର୍ଡ ମିଳିବା ସହ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଆର୍ମୀ ଜେନେରାଲ ବିପିନ ରାୱତଙ୍କ ଠାରୁ ସେକେଣ୍ଡ ହାଇଏଷ୍ଟ ପିସ ଟାଇମ ଆୱାର୍ଡ ପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ତାଙ୍କ ଦେହ ସମ୍ପୁର୍ଣ୍ଣ ରୁପେ ସୁସ୍ଥ ନ ହେବା ପର୍ଯ୍ୟନ୍ତ ସେ ଅଫିସିଆଲ କାର୍ଯ୍ୟରେ ରହିବେ । ସୁସ୍ଥ ହେବା ପରେ ସେ କୋବ୍ରା ବାଟାର୍ଲିୟାନରେ ଯୋଗ ଦେବା ପାଇଁ ଆଶା ରଖିଛନ୍ତି । ଧର୍ମପତ୍ନୀ ଉମା ସିଂହ ପ୍ରତି କ୍ଷେତ୍ରରେ ତାଙ୍କ ସହାୟତା କରୁଛନ୍ତି ।

ପଢନ୍ତୁ ;

ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

Related posts

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ENO Beuro

ଆଜି କାର୍ଗିଲ ବିଜୟ ଦିବସ, ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ

Ratnamani Moharana

Man Vs Wild ସୋ’ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

2 comments

Leave a Comment