News

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା : ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣିଗାରେଡି ଜନିତ ଅପରାଧକୁ ରୋକିବାରେ ସଫଳ ହେବ ଏହି ଦଣ୍ଡା ଦେଶ

ଗୁଣିଗାରେଡି ସନ୍ଦେହରେ ୨ବର୍ଷ ତଳେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରି ମାଟିରେ ପୋତିଦେବା ଏବଂ ପରେ ଦୁର୍ଗନ୍ଧ ହେବାରୁ ପ୍ରମାଣ ନଷ୍ଟ ପାଇଁ ମୃତଦେହଗୁଡ଼ିକୁ ପୋଡ଼ି ଦେବା ଭଳି ଜଘନ୍ୟ ମାମଲାର ଶୁକ୍ରବାର ଐତିହାସିକ ରାୟ ଶୁଣାଇଛନ୍ତି ଗୁଣପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ) ଅଦାଲତ । ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି । ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଆଡ଼ିସ୍‌ନାଲ୍‌ ସେସନ୍ସ ଜଜ୍‌ କୋର୍ଟ ଏହି ରାୟ ଦେଇଛନ୍ତି ।

ଅଭିଯୋଗକାରିଣୀଙ୍କ ସମେତ ୧୧ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଶୁଭେନ୍ଦୁ କୁମାର ପତି ଏହି ଦଣ୍ଡ ଘୋଷଣା କରିଛନ୍ତି । ଫାଶୀଦଣ୍ଡ ପାଇଥିବା ଅଭିଯୁକ୍ତମାନେ ହେଲେ କିତଂ ଗ୍ରାମର ଡେଙ୍ଗୁନ ଶବର, ଦଲଶ ଶବର, ଆଜନ୍ତ ଶବର, ପଢନ୍ତୁ ଶବର, ମାଲକୁ ଶବର, ଇରୁ ଶବର, ବୁବୁନା ଶବର, ଜାମାଶୁ ଶବର ଏବଂ ଦଶନ୍ତ ଶବର । ଏହି ମାମଲାର ଅନ୍ୟତମ ବାଳ ଅପରାଧୀ ଏବେ ବ୍ରହ୍ମପୁର ବାଳ ସୁଧାର ଗୃହରେ ରହୁଛନ୍ତି । ତାଙ୍କର ଶୁଣାଣି ରାୟଗଡ଼ା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ୍‌)ଙ୍କ ଅଦାଲତରେ ବିଚାରାଧୀନ ରହିଛି ।

ସୂଚନା ଅନୁଯାୟୀ ଗୁଣିଗାରେଡି ସନ୍ଦେହରେ ପରିବାରର ବାପା, ମା ଓ ଝିଅଙ୍କୁ ନୃଶଂସ ଭାବେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା । ସପ୍ତାହକ ପରେ ମାଟିରୁ ମୃତଦେହକୁ କାଢି ପୋଡ଼ି ଦେଇଥିବା ଜଣାପଡ଼ିଥିଲା । ଫରେସିକ୍‌ ବିଭାଗ ଘଟଣାସ୍ଥଳରୁ ମୃତକଙ୍କ ହାଡ଼,ପାଉଁଶ ଓ ପୋତାଯାଇଥିବା ସ୍ଥଳର କିଛି ମାଟି ସଂଗ୍ରହ କରିଥିଲା ।

ସମାଜରେ ଯେଉଁଭଳି ଅନ୍ଧ ବିଶ୍ୱାସ ଜନିତ ଅପରାଧ ଘଟୁଛି ସେଗୁଡିକ ଦୂର କରିବାରେ ଏହି ଦଣ୍ଡାଦେଶ ସହାୟକ ହେବ ବୋଲି ହେତୁବାଦୀ ମହଲରେ ପ୍ରକାଶ ପାଉଛି । ଗୁଣିଗାରେଡି ଜନିତ ଅପରାଧକୁ ରୋକିବାରେ ସଫଳ ହେବ ଏହି ଦଣ୍ଡା ଦେଶ ବୋଲି କୁହାଯାଉଛି ।

ପଢନ୍ତୁ ;

ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି : ଦୋଷୀଙ୍କୁ ଦଣ୍ଡ ମିଳିବ

Related posts

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

ଦିଲ୍ଲୀର ଦ୍ୱାରକାରେ ଉଦଘାଟିତ ହେଲା ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର

ENO Beuro

ମହିଳାଙ୍କୁ ଅସଦାଚରଣ,ପୁଣି ଗିରଫ ହେଲେ ଶୁଭଙ୍କର

ENO Beuro

Leave a Comment