News

କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

Nipa

କେରଳକୁ ପୁଣି ଫେରିଛି ନିପା ଭାଇରସ୍ ! ଗତବର୍ଷ ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣ ଯୋଗୁ ସରକାରୀ ସୂଚନା ଅନୁସାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପରିକି ରୋଗୀଙ୍କ ଚିକିତ୍ସା ଡ୍ୟୁଟିରେ ଥିବା ଜଣେ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଭୂତାଣୁ ସଂକ୍ରମଣ ଯୋଗୁ ପ୍ରାଣହରାଇଥିଲେ। ଏର୍ଣ୍ଣାକୁଲମର  ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ୨୩ ବର୍ଷିୟ ଯୁବକ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ପୁଣେସ୍ଥିତ ନ୍ୟାସନାସ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ଏନଆଇଭିଙ୍କୁ ନମୁନା ପଠାଯାଇଛି। ରିପୋର୍ଟ ମିଳିବା ପରେ ନିପା ଭୂତାଣୁ ସଂକ୍ରମଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ତେବେ ନିପା ସଂକ୍ରମଣ ଆଶଙ୍କା କରାଯିବା ପ୍ରଘଟ ହେବା ପରେ ରାଜ୍ୟରେ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା   ସଂକ୍ରମଣର ମୁକାବିଲା ଲାଗି କଲାମସେରୀ ମେଡିକାଲ କଲେଜରେ ଆଇସୋଲେଟେଡ ଓ୍ବାର୍ଡ   ସ୍ଥାପନା କରାଯାଇଥିବା କହିଛନ୍ତି। ସେପଟେ ନିପା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଯଦି ଜ୍ବର, ମୁଣ୍ଡବିନ୍ଧା ସହ ମାଂସପେଶୀ ଟାଣି ହୁଏ ଓ ବାନ୍ତି ଲାଗିବା ସହ ତଣ୍ଟି ଦରଜ ଭଳି ଇନଫ୍ଲୁଏଞ୍ଜା ଲକ୍ଷଣ ପ୍ରକାସ ପାଏ ତେବେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ: ଲୋକସଭା ବାଚସ୍ପତି ରେସ୍‌ରେ ଓଡିଶାର ଜୁଏଲ୍‌ ଓରାମ ଓ ଉପ-ବାଚସ୍ପତି ରେସ୍‌ରେ ଭର୍ତ୍ତୃହରି

Related posts

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ENO Beuro

ଆଜି ଲୋକସଭାରେ ଆଗତ ହେବ ତିନି ତଲାକ୍ ବିଲ୍

ENO Beuro

ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

ENO Beuro

1 comment

Leave a Comment