News

କର୍ଣ୍ଣାଟକକୁ ବ୍ୟାପିଲା ନିପା ଭୂତାଣୁ!

କେରଳରେ ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

ନିପା ଭାଇରସରେ ଆକ୍ରାନ୍ତ ହୋଇ କେରଳରେ ୧୧ ଜଣଙ୍କର ମୃତ୍ୟୁ ହେବା ପରେ ଏବେ ଏହି ଭାଇରସ୍‌ ସୀମା ଡେଇଁଛି। କର୍ନାଟକରେ ୨ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ମଙ୍ଗୋଲୋରରେ ଜଣେ ୨୦ ବର୍ଷୀୟ ଯୁବତୀ ଓ ୭୫ ବର୍ଷୀୟ ବରିଷ୍ଠ ନାଗରିକ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ନିପା ସଂକ୍ରମଣ ନେଇ ଡାକ୍ତରମାନେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ସେମାନଙ୍କ ରକ୍ତ ନମୁନା ମଣିପାଳ ସେଣ୍ଟରକୁ ପରୀକ୍ଷା ଲାଗି ପଠାଯାଇଛି। ଗୁରୁବାର ରିପୋର୍ଟ ମିଳିବା ପରେ ବାସ୍ତବ ସୂଚନା ମିଳିବ ବୋଲି ରାଜେଶ କହିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ କେରଳ ସୀମାସଂଲଗ୍ନ କର୍ଣ୍ଣାଟକର ୮ଟି ଜିଲାରେ ରାଜ୍ୟସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ଚାମରାଜନଗର, ମହୀଶୂର, କୋଦଗୁ, ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ, ଉଡୁପି, ଶିବମୋଗା ଏବଂ ଚିକିମାଗାଲୁରୁ। ଏଠାରେ ସଂକ୍ରମଣ ବିଷୟରେ ଦୈନିକ ରିପୋର୍ଟ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ନିପା ସଂକ୍ରମିତ ଅଞ୍ଚଳକୁ ଯାତ୍ରାକରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତିକମ୍‌ରେ ୧୮ ଦିନ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

କେରଳପରେ ଏବେ କର୍ଣ୍ଣାଟକରେ ବ୍ୟାପିଛି ନିପା ଭୂତାଣୁ। କର୍ଣ୍ଣାଟକରେ ଦୁଇଜଣ ନିପା ଭୂତାଣୁ ଆକ୍ରାନ୍ତ ହୋଇଥିବାରୁ ରାଜ୍ୟରେ ଭୟ ଖେଳିଯାଇଛି। ଜଣାଯାଇଛି ଯେ ମାଙ୍ଗାଲୋର୍‌ର ଦୁଇଜଣ ବ୍ୟକ୍ତି ନିକଟରେ କେରଳ ଯାଇ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ କର୍ଣ୍ଣାଟକ ଫେରିବାପରେ ସେମାନଙ୍କ ପାଖରେ ନିପା ଲକ୍ଷଣ ଦେଖାଦେଇଛି। ଏ ବାବଦରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ହସ୍ପିଟାଲଗୁଡ଼ିକୁ ଆଲର୍ଟ ରଖାଯାଇଛି।

ପଢନ୍ତୁ; ଭୁବନେଶ୍ଵର ବିମାନ ବନ୍ଦରକୁ ଧମକ:‘ହ୍ୟାଲୋ ! ମୁଁ ପରିଡା କହୁଛି… ମୋ ଗଞ୍ଜେଇ ଛାଡିଦେ ,ନହେଲେ ଦେଖିବୁ

Related posts

ପରଟା ଖାଇ ଜୀବନ ସାରା ମାଗଣା ଖାଇବାର ଲାଭ ଉଠାନ୍ତୁ , ଜାଣନ୍ତୁ କିପରି ଓ କେଉଁଠି

ENO Beuro

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ, ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ

ENO Beuro

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More