• Home
  • Featured
  • ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ
Featured

ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

କେରଳରେ ଜୀବନ ନେଉଛି ନିପା ଭାଇରସ୍। କେରଳର କୋଝିକୋଡ୍‌ରେ ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ୪ ଜଣ ଗୋଟିଏ ପରିବାରର। ୪ ଜଣ ଗୁରୁତର ଅବସ୍ଥାରେ ଥିବାବେଳେ ୨୫ ଜଣଙ୍କ ଉପରେ କଡ଼ା ନଜର ରଖାଯାଇଛି। କେବଳ କେରଳ ନୁହେଁ ଏହା ଅନ୍ୟ ରାଜ୍ୟରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି।

ତେବେ ଆସନ୍ତୁ ଜାଣିବା ‘ନିପା’ଭାଇରସ୍ କ’ଣ,ଏବଂ ଏହାର କାରଣ ଏବଂ ନିରାକରଣ-

‘ନିପା’ଭାଇରସ୍ କ’ଣ-

୧୯୯୮ ମସିହାରେ ପ୍ରଥମେ ମାଲେସିଆର କାଂପୁଂଗ ସୁଂଗଇ ନିପାରେ ଏହି ଭାଇରସ୍‌ ସାମ୍ନାକୁ ଆସିଥିଲା। ତେଣୁ ଏହାକୁ ନିପା ଭାଇରସ୍‌ ନାଁ ଦିଆଗଲା। ପ୍ରଥମେ ଏହାର ପ୍ରଭାବ ଘୁଷୁରୀମାନଙ୍କଠାରେ ଦେଖାଦେଇଥିଲା। ୨୦୦୪ ମସିହାରେ ବାଂଲାଦେଶରେ ଏହି ଭାଇରସ୍ ଆତଙ୍କ ଦେଖାଯାଇଥିଲା। କେରଳକୁ ଏହା ପ୍ରଥମ ଥର ଆସିଛି ବୋଲି କୁହାଯାଉଛି।

କିପରି ବ୍ୟାପେ-

ଏକ ପ୍ରକାର ବାଦୁଡ଼ି ଯୋଗୁଁ ନିପା ଭାଇରସ ବ୍ୟାପିଥାଏ, ଆକ୍ରାନ୍ତ ବାଦୁଡ଼ି ଓ ପକ୍ଷୀମାନେ ଖାଇଥିବା ଫଳକୁ ଖାଇଲେ ସଂକ୍ରମଣ ହୋଇଥାଏ, ସଂକ୍ରମିତ ବାଦୁଡ଼ି ଓ ଘୁଷୁରୀର ସିଧା ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ, କିମ୍ବା ସଂକ୍ରମିତ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇଥାଏ ‘ନିପା’।

ଲକ୍ଷଣ –

‘ନିପା’ ଭାଇରସରେ ଆକ୍ରାନ୍ତ ବ୍ୟକ୍ତି ନିଃଶ୍ଵାସ ନେବାରେ କଷ୍ଟ ଅନୂଭବ କରିଥାଏ।  ମସ୍ତିଷ୍କ ପୋଡ଼ାଜଳା ହୁଏ, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଜ୍ଵର ହେବା ଆଦି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ। ଡାକ୍ତରଙ୍କ କହିବା ଅନୁଯାୟୀ ମାତ୍ର ୨୪ ଘଣ୍ଟା ଭିତରେ ‘ନିପା’ ଭାଇରସ୍ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରମଣ କରି ରୋଗୀକୁ କୋମାକୁ ନେଇଯାଏ। ସଠିକ୍ ସମୟରେ ଚିକିତ୍ସା କରାଗଲେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବଞ୍ଚିବା ସମ୍ଭାବନା କମ୍ ଥାଏ।

ନିରାକରଣ-

ଏହି ରୋଗରୁ ବଞ୍ଚିବା ପାଇଁ ଫଳ, ବିଶେଷ କରି ଖଜୁରୀ ଖାଇବାରୁ ଦୂରେଇ ରୁହନ୍ତୁ। ଗଛରୁ ତଳେ ପଡ଼ିଥିବା ଫଳ ଖାଆନ୍ତୁ ନାହିଁ।  ରୋଗୀଣା ଘୁଷୁରୀ ଓ ଅନ୍ୟ ପଶୁଙ୍କଠୁ ଦୂରେଇ ରୁହନ୍ତୁ।

ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ nipah virus

ପଢନ୍ତୁ; ମୋଦି-ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ!

Related posts

Ratha Yatra, The Grand Festival Is Held On Asadha Sukla Dwitiya

Krishna Kumar Manoj

ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

Krishna Kumar Manoj

ଅଜଣା ନମ୍ବରର କଲ ଡିଟେଲ୍ସ ଜାଣିବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More