News

ଲଣ୍ଡନରେ ବନ୍ଧା ହେଲେ ନୀରବ

nirav

ପିଏନ୍‌ବି ଠକେଇ ମାମଲା: ବନ୍ଧା ହେଲେ ନୀରବ

ଶେଷରେ ଲଣ୍ଡନରେ ବନ୍ଧା ହୋଇଛନ୍ତି ଭାରତରୁ ଲୁଚି ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ। ବହୁ ଚର୍ଚ୍ଚିତ ପିଏନବି ମହାଘୋଟାଲାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ପିଏନବିରୁ ପାଖାପାଖି ୧୩୭୦୦ କୋଟି ଟଙ୍କା ଠକେଇ କରି ସେ ଦେଶ ଛାଡ଼ି ପଳାଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଅନୁରୋଧ କ୍ରମେ ଲଣ୍ଡନ ପୋଲିସ ତାଙ୍କୁ ଗିରଫ କରିଛି।

ନୀରବ ମୋଦି ଗିରଫ ହୋଇଯାଇଛନ୍ତି ସତ ମାତ୍ର ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ବହୁତ ସମୟ ଲାଗିପାରେ । କାରଣ ଗିରଫ ହେବା ପରେ ତାଙ୍କ ପାଖରେ କୋର୍ଟ ଯିବାର ବିକଳ୍ପ ରହିବ ଏବଂ କୋର୍ଟ ତାଙ୍କୁ କିଛି ସର୍ତ୍ତ ସହ ଜାମିନ ମଧ୍ୟ ଦେଇପାରନ୍ତି ।

୧୩ ମାସ ଧରି ନୀରବକୁ ଠାବ କରିବା ପାଇଁ ପ୍ରୟାସ ଚାଲିଥିଲା। ନୀରବଙ୍କୁ ରେଡକର୍ଣ୍ଣର ନୋଟିସ୍‌ ଜାରି ହୋଇଥିଲା। ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ। ଠକେଇ ପରେ ଭାରତରୁ ଫେରାର ହୋଇ ଲଣ୍ଡନରେ ରହୁଥିଲା ନିରବ ମୋଦି। ପ୍ରତ୍ୟାର୍ପଣ ପାଇଁ ଲଣ୍ଡନକୁ ଅନୁରୋଧ କରଥିଲା ଭାରତ।

ପଢନ୍ତୁ; ହୋଲି ପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ବେସନ ଲଡୁ

Related posts

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର:ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଲାଲା ଆହତ!

ENO Beuro

ଆଜିଠୁ ବିଧାନସଭା ବଜେଟ ଅଧିବେଶନ,ଶାସକ-ବିରୋଧୀ ଶେଷ ମୁକାବିଲା 

ENO Beuro

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ

ENO Beuro

Leave a Comment