News

ପିଏନବି ଘୋଟାଲା : ୧୧,୪୦୦ କୋଟିର ଚୂନା ଲଗାଇଲେ ବିଶିଷ୍ଟ ହୀରା ବ୍ୟବସାୟୀ

“ମୋଦୀଙ୍କ ମହାଘୋଟାଲା”

ପିଏନବି ମୁମ୍ବାଇ ସ୍ଥିତ ଏମ୍‌ସି ବ୍ରାଡି ଶାଖାରୁ ୧୧,୪୦୦ କୋଟି ଟଙ୍କାର ଠକେଇ ବୁଧବାର ପଦାକୁ ଆସିବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ତେବେ ଏହି ଖବର ପଦାକୁ ଆସିବା ପୂର୍ବରୁ ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରଭ ମୋଦି ପତ୍ନୀଙ୍କ ସହ ଗତ ଜାନୁଆରି ୬ ତାରିଖରୁ ଭାରତରୁ ଫେରାର ହୋଇସାରିଛନ୍ତି। ଲଳିତ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଅତ୍ୟନ୍ତ ଯୋଜନାବଦ୍ଧ ଢଙ୍ଗରେ  ନିରଭ ଫେରାର ହୋଇଥିବାରୁ ଏହା ପଛରେ ସରକାରଙ୍କ ହାତଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ତମ୍ବିତୋଫାନ ଆରମ୍ଭ କରିଛନ୍ତି।  ନିରଭଙ୍କ ପତ୍ନୀ ଆମି ଜଣେ ଆମେରିକୀୟ ନାଗରିକ ହୋଇଥିବା ବେଳେ ନିରବଙ୍କ ସମ୍ପକୀୟ ମେହୁଲ ଚୋକ୍‌ସି ଜାନୁଆରି ୪ ତାରିଖରେ ଦେଶ ଛାଡ଼ିଥିବା ଜଣାପଡ଼ିଛି ।

ନିରଭ ମୋଦିଙ୍କ ଭାଇ ମଧ୍ୟ ବେଲଜିୟମ ନାଗରିକ ହୋଇଥିବାବେଳେ ସେ ଜାନୁଆରି ପହିଲାରେ ଦେଶ ଛାଡ଼ି ପଳାଇଛନ୍ତି।

ସିବିଆଇ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଗତ ଜାନୁଆରି ୩୧ ତାରିଖରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି।   ନିରଭ ଏବେ ପତ୍ନୀଙ୍କ ସହ ସ୍ୱିଜରଲ୍ୟାଣ୍ଡ୍‌ରେ ଥିବା ଅନୁମାନ କରାଯାଉଛି।

୨୦୧୧ରେ ନିରଭ ମୋଦି କରିଥିଲେ ଏହି ଠକେଇର ମାଷ୍ଟର ପ୍ଲାନ । ମୁମ୍ବାଇରେ ଥିବା ପିଏନବିର ବ୍ରାଣ୍ଡି ହାଉସ୍ ବ୍ରାଂଚର ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟୀ ଓ ଅନ୍ୟ କିଛି କର୍ମଚାରୀଙ୍କୁ ହାତ କରି ରଚିଥିଲେ ଠକେଇର ଚାଲ୍ । ଜାଲ୍ ଲେଟର୍ ଅଫ୍ ଅଣ୍ଡରଟେକିଂ ବା ବ୍ୟାଙ୍କ ଗ୍ୟାରେଂଟି ପ୍ରସ୍ତୁତ କରି ବିଦେଶରେ ଥିବା ଭାରତୀୟ ବ୍ୟାଙ୍କରୁ ନେଇଥିଲେ କୋଟି କୋଟି ଟଙ୍କାର ଋଣ । ବିଦେଶରୁ ହୀରା ଓ ଅନ୍ୟ ରତ୍ନ ପଥର ଆମଦାନୀ ପାଇଁ ୯୦ ଦିନିଆ ୧୦୦ ପ୍ରତିଶତ ବ୍ୟାଙ୍କ୍ ଗ୍ୟାରେଂଟି ହାସଲ କରୁଥିଲେ । ମାତ୍ର ଫରେନ୍ ସପ୍ଲାୟରଙ୍କୁ ନିର୍ଦ୍ଧାରିତ ସମୟରେ ଟଙ୍କା ପରିଶୋଧ କରୁନଥିଲେ । ଫଳରେ ବ୍ୟାଙ୍କଗୁଡିକୁ ଦେବାକୁ ପଡୁଥିଲା ଏହି ବକେୟା ଅର୍ଥ । ତେବେ ସିବିଏସ୍  ବା କୋର୍ ବ୍ୟାଙ୍କିଂ ସଲ୍ୟୁସନ୍ ବ୍ୟବସ୍ଥାକୁ ନ ଆସି ସ୍ୱିଫ୍ଟ  ସିଷ୍ଟମରେ ଟଙ୍କା କାରବାର ହେଉଥିଲା । ସ୍ୱଫ୍ଟ ସିଷ୍ଟମ ହେଉଛି ଅନ୍ତର୍ଦେଶୀୟ  ଆର୍ଥିକ କାରବାର ବ୍ୟବସ୍ଥା । ଫଳରେ ବ୍ୟାଙ୍କର ମୁଖ୍ୟ ଲେଜରକୁ ଆସୁନଥିଲା ଏହି କାରବାର । ବ୍ୟାଙ୍କ ବ୍ୟବସ୍ଥାରେ ଥିବା ତ୍ରୁଟି ଏବଂ ଦୁର୍ନୀତି ଗ୍ରସ୍ତ ବ୍ୟାଙ୍କରଙ୍କୁ ହାତ କରି ବେଶ୍ ସତର୍କତାର ଠକି ଚାଲିଥିଲେ ନିରଭ।

ସିବିଆଇ ଓ ଇଡି ମାମଲା ରୁଜୁ କରିବା ପରେ ଆରମ୍ଭ ହୋଇଛି ଖୋଳତାଡ । ନିରଭ ମୋଦି ଓ ତାଙ୍କର ପାଟନର ତଥା ଗୀତାଂଚଳି ଓ ନକ୍ଷତ୍ର ଭଳି ବ୍ରାଣ୍ଡର ମାଲିକ ମେହୁଲ ଚୋକସୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ବାସଭବନରେ ଚଢାଉ କରିଛି । ତେବେ ଏହି ଘଟଣା ପଦାକୁ ଆସିବା ପୂର୍ବରୁ ଏହାର ସୁରାକ ପାଇ ପରିବାର ସହ ନିରଭ ମୋଦି ଓ ମେହୁଲ ଚୋକସୀ ଦେଶ ବାହାରକୁ ଫେରାର ହୋଇଯାଇଛନ୍ତି । ବିଜୟ ମାଲ୍ୟାଙ୍କ ପରେ ନିରଭ ମୋଦିଙ୍କ ଏହି ସ୍କାମ୍ ସାରା ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏହି ଖବର ଆସିବା ପରେ ଆତଙ୍କ ଖେଳିଯାଇଛି ନିବେଶକଙ୍କ ମଧ୍ୟରେ । ପିଏନ୍ବିର ସେୟାର ମୂଲ୍ୟ ଦୁଇ ଦିନରେ ୨୧ ପ୍ରତିଶତ ହ୍ରାସ ଘଟିଛି।

ପିଏନବି ଘୋଟାଲା : ୧୧,୪୦୦ କୋଟିର ଚୂନା ଲଗାଇଲେ ବିଶିଷ୍ଟ ହୀରା ବ୍ୟବସାୟୀ nirav modi

ପଢନ୍ତୁ;

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ

Related posts

ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ

Krishna Kumar Manoj

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

Krishna Kumar Manoj

ସମସ୍ତ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା : ରେଳ ବଜେଟ ୨୦୧୮

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More