• Home
  • News
  • ଲଣ୍ଡନରେ ଅଛନ୍ତି ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି
News

ଲଣ୍ଡନରେ ଅଛନ୍ତି ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି

କୋଟି କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଶେଷରେ ଠିକଣା ମିଳିଛି । ଲଣ୍ଡନରେ ନିରବ ମୋଦି ରହୁଥିବା ଠିକଣା ମିଳିଛି। ଅନ୍ୟପଟେ ସିବିଆାଇ ନୀରବଙ୍କ ପ୍ରତ୍ୟର୍ପଣ ଲାଗି ସୁପାରିଶ କରିଛନ୍ତି। ପିଏନବିରେ ୧୩,୦୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଘଟଣା ସାମନାକୁ ଆସିବା ପୂର୍ବରୁ ନୀରବ ମୋଦୀ ବିଦେଶକୁ ପଳାୟନ କରିଥିଲେ। ସେବେଠାରୁ ତାଙ୍କୁ ଭାରତକୁ ଆଣିବା ଲାଗି ଉଦ୍ୟମ ଜାରି ରହିଛି। ଏଥି ପୂର୍ବରୁ ସେ ସ୍ବିଜରଲ୍ୟାଣ୍ଡ ଏବଂ ଆମେରିକାରେ ଲୁଚିଥିବା ଖବର ମିଳିଥିଲା।

nirab ମୋଦି ଲଣ୍ଡନରେ ଅଛନ୍ତି ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି nirab

ତେବେ ଏ ସମ୍ପର୍କରେ ସୂଚନା ପାଇବା ପରେ ନିରବଙ୍କ ଗିରଫଦାରୀ ପାଇଁ ସିବିଆଇ ବିଟ୍ରେନ ପ୍ରଶାସନ ନିକଟକୁ ଏକ ଅନୁରୋଧପତ୍ର ପଠାଇଥିବା ଜଣାଯାଇଛି।

କେବେ ଏବଂ କେମିତି ହେଲା ଦୁର୍ନୀତି;

ଦୁର୍ନୀତିର ଆରମ୍ଭ ପିଏମ୍ବିର ମୁମ୍ବାଇସ୍ଥିତ ବ୍ରେଡି ହାଉସ୍ ବ୍ରାଞ୍ଚରେ ୨୦୧୧ରୁ ଆରମ୍ଭ ହୋଇଛି। ନକଲି ଏଲଓୟୁ ଜରିଆରେ ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ହଜାର କୋଟି ବିଦେଶୀ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଏହୀ ଦୁର୍ନୀତିର ପର୍ଦ୍ଦାଫାଶ ଫେବୃୟାରୀ ପ୍ରଥମ ସପ୍ତାହରେ ହୋଇଥିଲା। ପିଏନ୍ବି ସେବି ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ୧୧.୩୫୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ସୂଚନା ଦେଇଥିଲା। ପରେ ପିଏନ୍ବି ସିବିଆଇକୁ ବ୍ୟାଙ୍କରେ ୧୩୦୦ କୋଟି ଟଙ୍କାର ଆଉ ଏକ ଠକେଇ ହୋଇଥିବା ସୂଚନା ଦେଇଥିଲା। ଏହିଭଳିଭାବେ ପ୍ରାୟ ୧୩,୦୦୦କୋଟି ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି।

ପଢନ୍ତୁ; କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

Related posts

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

Krishna Kumar Manoj

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

Krishna Kumar Manoj

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More