News

ପିସିସି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

Rn

ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନପରେ ପିସିସି ସଭାପତି ପଦରୁ ଇସ୍ତଫା  ଦେଲେ ନିରଂଜନ ପଟ୍ଟନାୟକ  ।  ସେ ନିଜ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଦେଇଛନ୍ତି ।ରାଜ୍ୟ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି ନିରଂଜନ। ତେବେ ପ୍ରତିକୂଳ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି ପିସିସି ସଭାପତି ।

ଇସ୍ତଫା ଦେବା ପରେ ନିରଞ୍ଜନ କହିଛନ୍ତି,“ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି। ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି। ସାରା ଦେଶରେ ମୋଦି ବାତ୍ୟା ପ୍ରବାହିତ ହେଲା,ସେଥିରେ ଆମେ ଟଳି ପଡ଼ିଲୁ।” “ ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ। ରାଜନୀତିରେ ନୀତି, ଆଦର୍ଶ ନାହିଁ’, ବ୍ୟବସାୟୀକରଣ ହୋଇଛି। ନୀତି, ଆଦର୍ଶବାନ ଯୁବପିଢ଼ି ନେତୃତ୍ୱ ପାଇଁ ଆଗେଇ ଆସନ୍ତୁ”। ତେବେ ମୁଁ କଂଗ୍ରେସରେ ରହିଛି, ରହିବି। ଏହାକୁ ମଜଭୁତ କରିବି ବୋଲି ନିରଞ୍ଜନ କହିଛନ୍ତି।

ପଢନ୍ତୁ: ସୋମବାର ଶପଥ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ

ENO Beuro

ସମୁଦ୍ରରେ ପଶିଗଲା ଯାତ୍ରୀବାହୀ ବିମାନ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ENO Beuro

ମିସ୍ ଫିଲିପାଇନ୍ସ ହେଲେ ମିସ୍ ୟୁନିଭର୍ସ

ENO Beuro

Leave a Comment