February 17, 2019

ନିରଞ୍ଜନ ପଟ୍ଟନାୟକ ଓ ପୁଅଙ୍କୁ ଦିଲ୍ଲୀ ପୁଲିସର ସମନ

nira

ଠକେଇ ମାମଲାରେ ଦିଲ୍ଲୀ ଇଓଡବ୍ଲ୍ୟୁର ସମନ

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି। ୩୨ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ଅର୍ଥନୈତିକ ଶାଖା ନିରଞ୍ଜନ ଓ ନବଜ୍ୟୋତିଙ୍କ ନାମରେ ସମନ ଜାରି କରିଛି। ଆଜି ଦିଲ୍ଲୀ ଇଓଡବ୍ଲ୍ୟୁରେ ହାଜର ହେବା ପାଇଁ ସମନରେ ନିର୍ଦେଶ ରହିଛି। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସୁଥିବା ବେଳେ ନିରଞ୍ଜନଙ୍କୁ ସମନ ଜାରି ହେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

nira

ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସମନ ବିଷୟରେ ମୁଁ କିଛି ଜାଣିନାହିଁ। ମୋ ନିକଟକୁ କୌଣସି ସମନ ଆସିନାହିଁ। ବହୁବର୍ଷ ପୂର୍ବେ ମୁଁ ଭାବାସି ଟେଲିଜେନ୍ସ କମ୍ପାନୀର ନିର୍ଦ୍ଦେଶକ ଥିଲି। କିନ୍ତୁ ଅନେକ ବର୍ଷ ହେବ ସେହି ପଦବୀରୁ ଇସ୍ତଫା ଦେଇସାରିଛି। ପୋଲିସ ଯଦି କିଛି ଜାଣିବାକୁ ଚାହେଁ ତେବେ ମୁଁ ତଦନ୍ତରେ ସହଯୋଗ କରିବି। ସମନ୍‌ ନୋଟିସ ହସ୍ତଗତ ହେବା ପରେ ମୁଁ କାର୍ଯ୍ୟାଳୟରେ ହାଜର ହେବି ବୋଲି ନିରଞ୍ଜନ ସଫେଇ ଦେଇଛନ୍ତି।

ପଢନ୍ତୁ; ଆପଣଙ୍କର ମଧୁମେହ ସମସ୍ୟା ରହିଛି କି? ତେବେ ଖାଆନ୍ତୁ ଜାମୁକୋଳି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More