POLITICALS

ହିଞ୍ଜିଳି ଓ ଭଣ୍ଡାରୀପୋଖରୀରୁ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ହିଞ୍ଜିଳି ଓ ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହେଲେ ନିରଞ୍ଜନ

କଂଗ୍ରେସରେ ବହୁ ଯୋଗ୍ୟ ନେତା ଟିକେଟରୁ ବଞ୍ଚିତ ହୋଇଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଦୁଇଟି ବିଧାନସଭା ଆସନରୁ ଲଢିବେ ନିର୍ବାଚନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ମଧ୍ୟ ଦୁଇଟି ଆସନ ହିଞ୍ଜିଳି ଓ ବିଜେପୁରରୁ  ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସର ମୁଖୀୟଙ୍କ ସେହି ଆସନରୁ ନିର୍ବାଚନ ଲଢିବା ନେଇ ଜନସାଧାରଙ୍କ ମନରେ ଜାଗ୍ରତ ହୋଇଛି ଉତ୍ସାହ। ଶ୍ରୀ ପଟ୍ଟନାୟକ ଘସିପୁରା ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ଭଣ୍ଡାରିପୋଖରୀ  ବିଧାନସଭା ଆସନରୁ ସେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଆଜି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି।

ତେବେ ନିରଞ୍ଜନ ଏକମାତ୍ର କଂଗ୍ରେସ ନେତା ଭାବେ ଦୁଇ ଦୁଇଟି ବିଧାନସଭା ଆସନରୁ ଲଢ଼ିବାର ସୁଯୋଗ ପାଇଛନ୍ତି। ନିରଞ୍ଜନଙ୍କ ପୁଅ ନବଜ୍ୟୋତି  ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।ଏଥର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ହେଭିୱେଟ ଲଢେଇ  ହେବ । ବିଜେଡ଼ି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବିଧାୟକ ଭାବେ ଟିକେଟ ଦେଇଥିବା ବେଳେ ବିଜେପି ବଦ୍ରିନାରାୟଣ ଧଳଙ୍କୁ ବିଧାୟକ ପାର୍ଥୀ କରିଛି କଂଗ୍ରେସ
ପଢନ୍ତୁ: ହିନ୍ଦୁ ଧର୍ମକୁ ଦୁନିଆର ସବୁଠାରୁ ହିଂସାତ୍ମକ ଧର୍ମ କହିଲେ ଉର୍ମିଳା: ନିର୍ବାଚନ କମିଶନଙ୍କ ଆଗରେ ମାମଲା ଦାୟର

Related posts

ଆଜି ଗାନ୍ଧିନଗର ଲୋକସଭାରୁ ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana

ଢେଙ୍କାନାଳ ଯୁବ ବିଜେଡ଼ି ସଭାପତିଙ୍କୁ ଗୁଳିକରି ହତ୍ୟା,ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦୁଇ ମନ୍ତ୍ରୀ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ

Ratnamani Moharana

Leave a Comment