News

ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ କଲା କୋର୍ଟ

Untitled 1

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ପଳାତନ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନର ଏକ କୋର୍ଟ ଝଟ୍‌କା ଦେଇଛନ୍ତି। ତାଙ୍କୁ ଲଣ୍ଡନ ପୁଲିସ୍‌ ଗିରଫ କରିଥିବା ବେଳେ ସେ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ଆଜି ପୁଣିଥରେ ଏହାକୁ ଖାରଜ କରିଦେଇଛନ୍ତି। ନିରବ ୪ର୍ଥ ଥର ପାଇଁ ଏଭଳି ଜାମିନ୍‌ ଆବେଦନ କରିଥିଲେ। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

 

ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଏଥିପାଇଁ ଭାରତ ସରକାର ତାଙ୍କୁ ପଳାତକ ଘୋଷିତ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଲଣ୍ଡନର ଏକ କୋର୍ଟ ତାଙ୍କୁ ଜୁନ୍‌ ୨୭ ଯାଏ ପୁଲିସ୍‌ ରିମାଣ୍ଡରେ ପଠାଇବାରୁ ସେ ମେ’ ୩୧ରେ ବ୍ରିଟେନ୍‌ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଲଣ୍ଡନରେ ଥିବା ରୟାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ଗତକାଲି ଠାରୁ ନିରବଙ୍କ ଜାମିନ୍‌ ଏବଂ ଭାରତ ସରକାର କରିଥିବା ପ୍ରତ୍ୟର୍ପଣ ଆବେଦନର ଶୁଣାଣି ହୋଇଥିଲା। ମାର୍ଚ୍ଚ ୧୯ରେ ସ୍କଟଲ୍ୟାଣ୍ଡ ୟାର୍ଡ ଅଫିସରଙ୍କ ଦ୍ୱାରା ନିରବ ମୋଦିଙ୍କୁ ଲଣ୍ଡନରୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନରେ ଥିବା ୱାଣ୍ଡସୱର୍ଥରେ ଜେଲ୍‌ରେ ବନ୍ଦୀ ଭାବେ ରହୁଛନ୍ତି। ୧୪ ହଜାର କୋଟି ଟଙ୍କାର ଋଣ ନେଇ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକସି ଭାରତରୁ ଗତବର୍ଷ ଜାନୁଆରୀ ମାସରୁ ଫେରାର ହୋଇଯାଇଥିଲେ। “ନିରବ ଭାରତ ଫେରିଲେ ତାଙ୍କୁ ଅର୍ଥର ରୋଡ୍‌ରେ ଥିବା ଜେଲ୍‌ର ବାରାକ ନଂ ୧୨ରେ ରଖାଯିବ। ଏହି ବାରାକରେ ୩ ଜଣରୁ ଅଧିକ କଏଦୀ ରହିବେ ନାହିଁ।”

ପଢନ୍ତୁ: ଟାୟାର ଫାଟି ଯିବାରୁ ଜୟପୁରରେ ଜରୁରୀ ଅବତରଣ କଲା ଦୁବାଇରୁ ଆସିଥିବା ସ୍ପାଇସ୍‌ ଜେଟ୍‌

 

Related posts

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ENO Beuro

ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

ENO Beuro

କଟକରେ ଆଜିଠୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

ENO Beuro

Leave a Comment