EnewsOdia.Com

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ତାରିଖ ପରେ ତାରିଖ ଦୀର୍ଘ ୭ ବର୍ଷ ଧରି ଗଡ଼ିଚାଲିଥିଲା । ଆଉ ଶେଷରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ପରେ, ଦୁଇ ଦୁଇ ଥର ଫାଶୀ ତାରିଖ ସ୍ଥିର ହୋଇସାରିଥିଲେ ମଧ୍ୟ ଦୋଷୀ ବର୍ତ୍ତି ଯାଉଛନ୍ତି, ତାକୁ ନେଇ ବ୍ୟଥୀତ ହେଉଛନ୍ତି ନିର୍ଭୟାଙ୍କ ବାପା ମାଆ । ଦ୍ବିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ସ୍ଥଗିତାଦେଶକୁ ବିରୋଧ କରି କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ହାଇକୋର୍ଟରେ ଆବେଦନ କରିଥିଲେ।  ଏହି  ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ।

ହାଇକୋର୍ଟ ବିଚାରପତି ସୁରେଶ କୈତ ସମସ୍ତ ତିନି ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷଣ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଦୋଷୀମାନେ ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ଫାଶୀ ଦଣ୍ଡ କାର୍ଯ୍ୟକାରୀକୁ ବିଳମ୍ବ କରୁଛନ୍ତି। ​‌େ​‌କନ୍ଦ୍ର ସରକାରଙ୍କ ପିଟିସନକୁ ବିରୋଧ କରି ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଓ ପୱନ ଗୁପ୍ତାଙ୍କ ପକ୍ଷର ଓକିଲ ଏପି ସିଂହ କହିଥିଲେ ଯେ ଏହି ପ୍ରସଙ୍ଗକୁ ତରବରିଆ ଭାବେ ଶୁଣାଣି କରାଯିବା ଉଚିତ ନୁହେଁ। ତରବରିଆ ନ୍ୟାୟ ଠିକ୍ ନ୍ୟାୟ ଦେଇ ନ ଥାଏ। କେବଳ ଏହି ମାମଲାରେ ଅଦାଲତ କାହିଁକି ତରିବରିଆ ପଦକ୍ଷେପ ନେଉଛନ୍ତି ବୋଲି ସିଂହ ପ୍ରଶ୍ନ କରିଥିଲେ।

ପଢନ୍ତୁ: ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’

ସମ୍ବନ୍ଧିତ ଖବର

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Ratnamani Maharana

ଜିଓ ୟୁଜର୍ସଙ୍କ ପାଇଁ ଜବରଦସ୍ତ ପ୍ଳାନ ଆଣିଛି ରିଲାଏନ୍ସ

Ratnamani Maharana

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

Ratnamani Maharana

୨୩ରୁ ପୁଣି ଲେଉଟିବ ଶୀତ

Ratnamani Maharana

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

Ratnamani Maharana

ଭୁଲ୍ ବିଦ୍ୟୁତ୍ ବିଲ୍‌ ଦେଇ ଠକୁଛି ସେସୁ

Ratnamani Maharana