EnewsOdia.Com

ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର ପୁନର୍ବିଚାର ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନବଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ପିଟିଶନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଗତବର୍ଷ ଜୁଲାଇରେ ଅନ୍ୟ ୩ ଅଭିଯୁକ୍ତ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ ଖାରଜ ହୋଇଯାଇଥିଲା।  ବୁଧବାର ୪ର୍ଥ ଅଭିଯୁକ୍ତ ଅକ୍ଷୟର ପିଟିଶନ ଖାରଜ ହେବା ପରେ ସମସ୍ତ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ବାଟ ପରିଷ୍କାର ହୋଇଯାଇଛି।

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତିି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ପୁନର୍ବିଚାର ଆବେଦନକୁ ଗ୍ରହଣ କରିବା ଭଳି କୌଣସି ଆଧାର ଆମର ଦୃଷ୍ଟିଗୋଚର ହେଲା ନାହିଁ।  ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ । ସେହିପରି ମୃତ୍ୟୁଦଣ୍ଡ ଏକ ପୁରୁଣାକାଳିଆ ଦଣ୍ଡ ବ୍ୟବସ୍ଥା ହୋଇଥିବା କାରଣରୁ ଭାରତରେ ଫାଶୀଦଣ୍ଡ ଉଚ୍ଛେଦ ହେବା ଉଚିତ । ମାତ୍ର ଏହି ଉଦ୍ଭଟ ଯୁକ୍ତିକୁ ନାକଚ କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଫଳରେ ଏହି ମାମଲାର ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂ ଓ ମୁକେଶ ସିଂହ ଫାଶୀ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ପଢନ୍ତୁ: ଭୁବନେଶ୍ୱର ହୋଟେଲରେ ଦେହ ବ୍ୟବସାୟ

ସମ୍ବନ୍ଧିତ ଖବର

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

Ratnamani Maharana

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ଅହମଦାବାଦରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବେ ୧କୋଟି ଲୋକ : ଟ୍ରମ୍ଫ

Ratnamani Maharana

ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

Ratnamani Maharana

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

Ratnamani Maharana