EnewsOdia.Com

ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ବୁଧବାରଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଶୁଣାଣି ବୁଧବାର ପୂର୍ବାହ୍ଣ ସାଢେ ୧୦ଟା ବେଳେ ଆରମ୍ଭ ହେବ । ଏହି ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏଥିପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ ବେଞ୍ଚ ଗଠନ କରାଯାଇଥିଲା ଓ ଶୁଣାଣି ବୁଧବାରକୁ ଘୁଞ୍ଚିଥିଲା । ପ୍ରଧାନ ବିଚାରପତିଙ୍କ ପୁତୁରା ପୂର୍ବରୁ ଏହି ମାମଲାରେ ନିର୍ଭୟାର ପକ୍ଷ ରଖିଥିବାରୁ ମାମଲାର ନିରପେକ୍ଷତା ପାଇଁ ପ୍ରଧାନ ବିଚାରପତି ନିଜକୁ ଏହି ବେଞ୍ଚରୁ ପ୍ରତ୍ୟାହାର କରିନେଇଥିଲେ । ଏହି ମାମଲାର ଶୁଣାଣି ପାଇଁ ଆଜି ଏକ ତିନିଜଣିଆ ବେଞ୍ଚ ଗଠନ କରାଯାଇଛି ।

୨୦୧୭ ମସିହାରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଅକ୍ଷୟ ସିଂହଙ୍କ ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଥିଲେ । ଏହି ରାୟକୁ ଚ୍ୟାଲେଂଜ କରି ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ ଆବେଦନ କରିଛି ।ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ ।

ପଢନ୍ତୁ: ନିର୍ଭୟା ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏସଏ ବୋବଡେ

ସମ୍ବନ୍ଧିତ ଖବର

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

Ratnamani Maharana

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana

ଫେବୃଆରୀ ୨୫ରେ ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌

Ratnamani Maharana

‘ଆଧାର’ ଲିଙ୍କ୍ ନହେଲେ ଏପ୍ରିଲରୁ ବନ୍ଦ ହେବ ଭତ୍ତା

Ratnamani Maharana

ପାକିସ୍ତାନର ତେଜ୍‌ଗାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୧୬ ଯାତ୍ରୀ ମୃତ, ୧୩ ଆହତ

Ratnamani Maharana

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Ratnamani Maharana