EnewsOdia.Com

ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟ ଦୋଷୀଙ୍କ ଗଳାବାଟ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ନେଇ ଡେଥ୍‌ ଓ୍ୱାରେଣ୍ଟ ଜାର ହୋଇସାରିଛି । ଆସନ୍ତା ଫେବ୍ରୁଆରୀ ୧ରେ ସମସ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ । ଏହାପରେ ଫାଶୀରୁ ଫାଶରୁ ମୁଳୁଳିବା ଲାଗି ଦୋଷୀଙ୍କ ପକ୍ଷରୁ ଜାର ରହଛି ପ୍ରୟାସ । ରାଜକ୍ଷମା ଆବେଦନ ଖାରଜ ପରେ ସୁପ୍ରିମକୋର୍ଟରେ ପୁଣି ଦୋଷୀ ମୁକେଶ ସିଂର ମାମଲାର ହେବ ଶୁଣାଣୀ । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଆବେଦନର ଜରୁରୀ ଶୁଣାଣୀ ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବୋବଡ଼େ । ଶନିବାର ଦିନ ରାଜକ୍ଷମା ଖାରଜର ନ୍ୟାୟିକା ସମୀକ୍ଷା ପାଇଁ ଦୋଷୀ ମୁକେଶ କରିଥିଲା ଆବେଦନ ।

ସେପଟେ ଆଉଜଣେ ଦୋଷୀ ବିନୟ ଶର୍ମା ବିନୟ ତା’ର ଡାଏରୀ ଫେରାଇ ଦେବା ନେଇ ତିହାର ଜେଲ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଶୁକ୍ରବାର ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି । ସେ କୋର୍ଟ ନିକଟରେ ଅପିଲ୍‌ କରିଛନ୍ତି ତାଙ୍କ ବ୍ୟକ୍ତିଗତ ଡାଏରୀକୁ କ୍ଷମା ଆବେଦନ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯାଉ । ଯାହାଦ୍ୱାରା ସେ ନିଷ୍ପତ୍ତିରେ ବିଳମ୍ୱ କରିବାକୁ ଚାହୁଁଥିବା କୁହାଯାଉଛି ।

ପଢନ୍ତୁ: ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

ସମ୍ବନ୍ଧିତ ଖବର

କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

Ratnamani Maharana

ଇକୋ ରିଟ୍ରିଟରେ ହେବ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ

Ratnamani Maharana

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

ଦୁନିଆର ସବୁଠୁ ଦାମୀ ଚକୋଲେଟ

Ratnamani Maharana

ସ୍ମୃତି ଇରାନୀଙ୍କ ନୂଆ ରୂପ

Ratnamani Maharana

ଭୁବନେଶ୍ଵରରେ ବିଲେଇ ମାରି ବନ୍ଧାହେଲେ ଯୁବକ

Ratnamani Maharana