23 C
Bhubaneswar
January 15, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ସରିଲା ସବୁ ବିକଳ୍ପ, ଏଥର ଫାଶୀ ନିଶ୍ଚିତ

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ କରିଥିବା ରାଜକ୍ଷମା ଆବେଦନକୁ ଖାରଜ କରିଦିଆଯାଇଛି । ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶେଷ ହୋଇଯାଇଛି ଅଭିଯୁକ୍ତମାନଙ୍କ ସମସ୍ତ ବଞ୍ଚିବା ରାସ୍ତା । ଏବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏବେ ୪ ଅଭିଯୁକ୍ତଙ୍କ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି । ରାଷ୍ଟ୍ରପତିଙ୍କ ନିକଟରୁ ଅଭିଯୁକ୍ତ ପବନର ରାଜକ୍ଷମା ଆବେଦନ ଖାରଜ ହୋଇଯିବା ପରେ, ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି ।

ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ଗୁରୁବାର ଦ୍ୱିପ୍ରହର ୨ ଟା ସମୟରେ ଫାଶୀ ପାଇଁ ନୂଆ ତାରିଖ ଜାରି କରିବେ ବୋଲି ସୂଚନା ମିଳୁଛି । କୋର୍ଟ ମଧ୍ୟ ଦୋଷୀଙ୍କୁ ନୋଟିସ୍ ଜାରି କରିଦେଇଛି । ଆଜି ଦିନ ୨ ଟାରେ ଏହି ମାମଲାର ନୂଆ ଡେଥ୍ ୱାରେଣ୍ଟ୍ ଜାରି ହେବ । ଏହା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଚତୁର୍ଥ ଦୋଷୀ ପବନ ଗୁପ୍ତାର ଦୟା ଯାଚିକାକୁ ବି ରାଷ୍ଟ୍ରପତି ଖାରଜ କରିଥିଲେ । ଏହା ପୂର୍ବରୁ ସୋମବାର ପଟିୟାଲା ହାଉସ୍ କୋର୍ଟ ସବୁ ଦୋଷୀଙ୍କ ଫାଶୀ ଉପରେ ରୋକ୍ ଲଗାଇ ଦେଇଥିଲେ ।

ପଢନ୍ତୁ: ୧୦୪ ତମ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

Related posts

ନବୀନ ନିବାସର ଜଳକର ବାବଦକୁ ୫୯୩ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana

ନିର୍ଭୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଶେଷଇଚ୍ଛା ଜଣାଇବାକୁ ପରାମର୍ଶ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More