EnewsOdia.Com

ନିର୍ଭୟା ଦୋଷୀଙ୍କ ଫାଶି ରୋକିବାକୁ ପରିଜନଙ୍କ ନୂଆ ଚାଲ

ନିର୍ଭୟା ମାମଲାରେ ଚାରି ଦୋଷୀଙ୍କ ଫାଶୀ ସଜାକୁ କୋହଳ କରିବାକୁ ସେମାନଙ୍କର ଓକିଲ ଓ ପରିଜନଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ସମାପ୍ତ ହେବା ପରେ ଦୋଷୀଙ୍କ ପକ୍ଷରୁ ଅନେକ ବାହାନା ଦେଖା ଯାଇ କୋର୍ଟରେ ଯାଚିକା ଦାଖଲ କରି ଫାଶୀ ଟାଳିବାକୁ ପ୍ରୟାସ ଜାରି ରହିଛି। ଏଥିରେ ଭରପୂର ସମର୍ଥନ ପରିବାର ପକ୍ଷରୁ ମିଳୁଛି। ଏବେ ଦୋଷୀଙ୍କ ପରିବାର ଲୋକେ ନୂତନ ଚାଲ ଚଳାଇଛନ୍ତି। ଏବେ ଚାରି ଦୋଷୀର ପରିଜନ ନିଜର ଇଚ୍ଛା ମୃତ୍ୟୁ ଲାଗି ରାଷ୍ଟ୍ରପତିଙ୍କଠାରେ ଦାବି କରିଛନ୍ତି। ମୋଟ୍ ୧୩ ଜଣ ଲୋକ ରାଷ୍ଟ୍ରପତିଙ୍କଠାରେ ଏହି ଦାବି କରିଛନ୍ତି। ଏଥିରେ ମୁକେଶ ପରିବାରର ୨, ପବନ-ବିନୟର ୪-୪ ଓ ଅକ୍ଷୟ ପରିବାରର ୩ ଜଣ ସଦସ୍ୟ ସାମିଲ। ମାତ୍ର ଏହି ଚିଠିର କୌଣସି ଅର୍ଥ ନଥିବା କୁହାଯାଉଛି ଏବଂ ଆଇନରେ ଏମିତି କୌଣସି ଇଚ୍ଛା ମୃତ୍ୟୁର ପ୍ରାବଧାନ ନାହିଁ।

ଉଲ୍ଲେଖଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳେ ସାଢେ ୫ଟାରେ ଫାଶୀ ଦେବାକୁ ପଟିଆଲ ହାଉସ୍ କୋର୍ଟ ପକ୍ଷରୁ ଚତୁର୍ଥ ମୁତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରାଯାଇଛି। ଏହା ପୂର୍ବରୁ କୋର୍ଟ ତିନି ଥର ଡେଥ୍‌ ଓ୍ଵାରେଣ୍ଟ ଜାରି କରିଥିଲା। କିନ୍ତୁ ପ୍ରତ୍ୟେକ ଥର ଦୋଷୀ ଯାଚିକା ଦାଖଲ କରି ଫାଶୀକୁ ତିନି ଥର ଘୁଞ୍ଚାଇ ସାରିଛନ୍ତି। ଦୋଷୀ ଅନ୍ତିମ ସମୟ ପର୍ଯ୍ୟନ୍ତ ଆଇନଗତ ବିକଳ୍ପ ବ୍ୟବହାର କରି ଚାଲିଥିଲେ। ମାତ୍ର ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ଵାରା ଖାରଜ ହେବା ପରେ ଚାରି ଦୋଷୀଙ୍କ ସମସ୍ତ ନ୍ୟାୟିକ ବିକଳ୍ପ ସମାପ୍ତ ହୋଇ ସାରିଛି।

ପଢନ୍ତୁ:  ମାର୍ଚ୍ଚ ୧୬ ରୁ ବନ୍ଦ ହୋଇଯିବ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ଏହି ସେବା

ସମ୍ବନ୍ଧିତ ଖବର

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana

ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ

Ratnamani Maharana

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

Ratnamani Maharana

ପୁଣି ବଢିପାରେ ପେଟ୍ରୋଲ, ଡିଜେଲ୍ ଦର; ଗ୍ରାହକ ବୋହିବେ ବିଏସ-୬ ବୋଝ

Ratnamani Maharana

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana