EnewsOdia.Com

ନିର୍ଭୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଶେଷଇଚ୍ଛା ଜଣାଇବାକୁ ପରାମର୍ଶ

ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବେ ନର୍ଭୟା ଦୋଷୀ। ଏଥିପାଇଁ ଜେଲରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି। ଫାଶିପୂର୍ବରୁ  ଦୋଷୀକୁ ତାର ଶେଷ ଇଛା ପଚରାଯାଇଥାଏ। ତେବେ ଏହି କ୍ରମରେ ନିଜର ଶେଷ ଇଚ୍ଛା ଜଣାଇବାକୁ ନିର୍ଭୟାକାଣ୍ଡର ପିଶାଚଙ୍କୁ ତିହାର ଜେଲ ପ୍ରଶାସନର ପରାମର୍ଶ। ନିଜର ପରିବାରବର୍ଗଙ୍କୁ ମୁକେଶ, ବିନୟ, ଅକ୍ଷୟ ଓ ପବନ ଭେଟିବାକୁ ଚାହାନ୍ତି କରି ବୋଲି ପଚାରିଛି ଜେଲ ପ୍ରଶାସନ। ଫାଶୀର ଦୁଇଦିନ ପୂର୍ବରୁ ଅର୍ଥାତ ଜାନୁଆରି ୨୦ ତାରିଖ ପରେ ସେମାନଙ୍କୁ ଆଉ କାହା ସହ ସାକ୍ଷାତ କରିବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଜଣାଇ ଦିଆଯାଇଛି। ତେବେ ଯଦି ସେମାନେ ନିଜ ପରିବାରବର୍ଗଙ୍କୁ ଭେଟନ୍ତି, ତେବେ ସେମାନଙ୍କୁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଭେଟିବାକୁ ଦିଆଯିବ ବୋଲି ଜଣାପଡ଼ିଛି।

 

ଏଠାରେ ସୂଚନାଯୋଗ୍ୟ,  ସାଧାରଣତଃ ସାକ୍ଷାତ ସମୟ ଅଧଘଣ୍ଟା ରହିଥିବା ବେଳେ ଶେଷ ସାକ୍ଷାତ ସମୟରେ ଅଧିକ ସମୟ ଦିଆଯିବ। ଏହି ସମୟରେ ଜେଲ ସୁପରିନ୍‌ଟେଣ୍ଡେଣ୍ଟ ଉପସ୍ଥିତ ରହିବେ। ଏହାସହ ବନ୍ଦୀ ଜୀବନ ମଧ୍ୟରେ ନିଜ କାର୍ଯ୍ୟରୁ ସେମାନେ ରୋଜଗାର କରିଥିବା ଅର୍ଥକୁ ମଧ୍ୟ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯିବ। ଅକ୍ଷୟ ସିଂହ ସର୍ବାଧିକ ୬୯ହଜାର ଟଙ୍କା ରୋଜଗାର କରିଥିବା ବେଳେ ବିନୟ ଶର୍ମା ୩୯ହଜାର ଓ ପବନ ଗୁପ୍ତା ୨୯ହଜାର ଟଙ୍କା ରୋଜଗାର କରିଛନ୍ତି।

ପଢନ୍ତୁ:  ପୁଣି ଇରାକରେ ଥିବା ଆମେରିକା ସେନାକ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ

ସମ୍ବନ୍ଧିତ ଖବର

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

ସ୍ୱତନ୍ତ୍ର ଚଷମା ପିନ୍ଧି ସୂର୍ଯ୍ୟୋପରାଗ ଦେଖିଲେ ମୋଦି

Ratnamani Maharana

କରୋନା ନେଲାଣି ୪୨୫ ଜୀବନ, ୨୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

Ratnamani Maharana

୨୫୦ କିଲୋ ଆତଙ୍କବାଦୀକୁ ଗିରଫ କରି ଟ୍ରକରେ ବୋହିନେଲା ପୋଲିସ

Ratnamani Maharana

ଦିଲ୍ଲୀ ଏନସିଆରରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା, ମାସ୍କ ବିନା ଘରୁ ବାହାରିବା କଷ୍ଟକର

Ratnamani Maharana

ଜିଓଠାରୁ ଅଧିକା ସୁବିଧା ଦେଉଛି ବିଏସଏନଏଲ

Ratnamani Maharana