POLITICALS

ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି

Untitled 1

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ   ଉପସ୍ଥାପନ କରିଛନ୍ତି। ଏଥିରେ ଦେଶର ସାମଗ୍ରିକ ବିକାଶ ପାଇଁ କି କି ପଦକ୍ଷେପ ନିଆଯାଇଛି ଏବଂ ଆଗକୁ କ’ଣ ପଦକ୍ଷେପ ନେବାର ଅଛି ସେ ବିଷୟରେ ଜଣାଇଛନ୍ତି।

୧) ତିନି କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନ୍‌ସନ୍‌ ମିଳିବ। ଏଥିସହ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମଧ୍ୟ ପେନ୍‌ସନ୍‌ ମିଳିବ। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍‌ସନ୍‌ ମିଳିବ।

 ୨) ୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ବିଜୁଳି ଶକ୍ତି ଏବଂ ଏଲ୍‌ପିଜି ଯୋଗାଇ ଦିଆଯିବ।

୩) ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ୨୦୨୧ ସୁଦ୍ଧା ଆଉ ୧. ୯୫ କୋଟି ଘର ଯୋଗାଇ ଦିଆଯିବ। ୧. ୨୫ ଲକ୍ଷ କିଲୋମିଟର୍‌ ରାସ୍ତାର ଉନ୍ନତି କରଣ ହେବ।

୪) ୨୦୨୪ ସୁଦ୍ଧା ‘ହର୍‌ ଘର୍‌ ଜଲ୍‌’ ଯୋଜନାରେ ନୂତନ ଜଳ ମନ୍ତ୍ରାଳୟ ସମସ୍ତ ପରିବାରକୁ ଜଳ ଯୋଗାଇ ଦିଆଯିବ।

୫) ଚଳିତ ଥର ବଜେଟରେ ରେଳ ସେବାକୁ ଶୀଘ୍ର ଆଗକୁ ନେବା ପାଇଁ ଜୋର ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୨୦୩୦ ମଧ୍ୟରେ ୫୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହେବ।

ପଢନ୍ତୁ: ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଓଡ଼ିଶା ବହୁ ପଛରେ

Related posts

ଭୋଟ୍ ପାଇଁ ଚାଲିଛି ନୋଟ୍‌ ଖେଳ: ଥଳକୂଳ ପାଉନାହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Ratnamani Moharana

ଏମଏସଏମଇରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନୀତିନ ଗଡକରୀ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦାଇତ୍ଵ ଗ୍ରହଣ

Ratnamani Moharana

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ENO Beuro

Leave a Comment