EnewsOdia.Com

ଅଧାରୁ ବଜେଟ ଭାଷଣ ବନ୍ଦ କରିଦେଲେ ସୀତାରମଣ

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ।  ଆଜି ଯାଏ କୌଣସି ଅର୍ଥମନ୍ତ୍ରୀ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ ଧରି କେବେ ବି ବଜେଟ ଉପରେ ଭାଷଣ ଦେଇ ନଥିଲେ। ହେଲେ ଦୀର୍ଘ ସମୟ ଧରି ବଜେଟରେ ଥିବା ତଥ୍ୟକୁ ଉପସ୍ଥାପନ କରି ନିର୍ମଳା ରେକର୍ଡ କରିଛନ୍ତି।  ତେବେ ଆଉ କିଛି ତଥ୍ୟ ଘୋଷଣା କରିବା ପୂର୍ବରୁ ସେ ଅଧାରୁ ଏହାକୁ ବନ୍ଦ କରିଦେଇଛନ୍ତି।

ବଜେଟ ବହି ସରିବାକୁ ଆଉ ୨ ପୃଷ୍ଠା ବାକି ଥିବା ବେଳେ ସୀତାରମଣ କ୍ଲାନ୍ତ ଅନୁଭବ କରିଥିଲେ। ତାଙ୍କ ମୁଣ୍ଡରୁ ମଧ୍ୟ ଝାଲ ବୋହିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେ ବାଚସ୍ପତି ଓମ ବିର୍ଲାଙ୍କ କହିଥିଲେ ଯେ “ସାର୍‌ ଆଉ ମାତ୍ର ଦୁଇ ପୃଷ୍ଠା ବାକି ରହିଛି। ହେଲେ ମୁଁ ଭାବୁଛି ଏହି ଦୁଇ ପୃଷ୍ଠା ପଢ଼ିପାରିବି ନାହିଁ।” ଏହି ସମୟରେ ତାଙ୍କ ପାଖକୁ ଏକାଧିକ ଦଳୀୟ ସାଂସଦ ଚାଲି ଆସିଥିଲେ। ତାଙ୍କୁ ଚକଲେଟ ଖାଇବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିର୍ମଳାଙ୍କୁ ଆଗକୁ ନ ପଢ଼ିବାକୁ ଅଙ୍ଗୁଳି ଦେଖାଇ ଇଙ୍ଗିତ କରିଥିଲେ। ଶେଷରେ ସେ ଅଧାରୁ ନିଜର ବଜେଟ ଅବିଭାଷଣ ବନ୍ଦ କରିଥିଲେ।

ପଢନ୍ତୁ: ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ପିନ୍ଧିଲେ ହଳଦି ରଙ୍ଗର ଶାଢ଼ି

ସମ୍ବନ୍ଧିତ ଖବର

ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

Ratnamani Maharana

ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା ମହିଳା, ଦୁହିଁଙ୍କ ନାକ କାଟିଦେଲେ ଲୋକ

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

Ratnamani Maharana

ଆସନ୍ତାକାଲି ଲଞ୍ଚ ହେବ ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ, ବଢ଼ିବ ଇଣ୍ଟରନେଟ ସ୍ପିଡ଼

Ratnamani Maharana

ପୁଣିଥରେ ‘ମୃତ୍ୟୁ ପରଓ୍ଵାନା’ ଉପରେ ରହିତାଦେଶ ଜାରି ପାଇଁ ଅପରାଧୀ ଅକ୍ଷୟ ହେଲା କୋର୍ଟଙ୍କ ଦ୍ୱାରସ୍ଥ

Ratnamani Maharana