News

ନିର୍ଭୟା ଗଣ ଦୁଷ୍କର୍ମ ମାମଲା:୩ ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାଏମ୍‌ ରଖିଲେ ସୁପ୍ରିମ୍‌କୋର୍ଟ

ନିର୍ଭୟା ଗଣ ଦୁଷ୍କର୍ମ ମାମଲା

ନିର୍ଭୟା ମାମଲାରେ ଦୋଷୀଙ୍କ ଦଣ୍ଡାଦେଶ ସୁପ୍ରିମ୍‌ କୋର୍ଟ କାଏମ୍‌ ରଖିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍‌. ବାନୁମଥି ଏବଂ ଅଶୋକ ଭୁଷଣଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ କାଏମ୍‌ ରଖିବା ସହିତ ରିଭ୍ୟୁ ପିଟିଶନକୁ ଖାରଜ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ, ପଓ୍ବନ ଗୁପ୍ତା ଏବଂ ବିନୟ ଶର୍ମା ଦଣ୍ଡାଦେଶ କୋହଳ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରିଥିଲେ।

ଅଭିଯୁକ୍ତ ବିନୟ ଶର୍ମା(୨୩), ପଓ୍ଵନ ଗୁପ୍ତା (୨୨) ଓ ମୁକେଶ ସିଂହ (୨୯)ଙ୍କ ପକ୍ଷରୁ ସେମାନଙ୍କ ଦଣ୍ଡର ପୁର୍ନବିଚାର ଆବେଦନ ଖାରଜ କରିଛନ୍ତି ଅଦାଲତ। ତେବେ ମାମଲାର ଚତୁର୍ଥ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ରିଭ୍ୟୁ ପିଟିସନ୍‌ କରି ନ ଥିବା ଜଣାଯାଇଛି।

ଉଲ୍ଲେଖ ଯୋଗ୍ୟ, ଚଳନ୍ତା ବସ୍ ଭିତରେ ଦିଲ୍ଲୀର ପାରାମେଡ଼ିକାଲ ଛାତ୍ରୀଙ୍କୁ ଗଣ ବଳାକ୍ରାର କରାଯାଇଥିଲା । ଗୁରୁତର ପୀଡ଼ିତା ଡ଼ିସେମ୍ବର ୨୯,୨୦୧୨ରେ ସିଙ୍ଗାପୁର ସ୍ଥିତ ମାଉଣ୍ଟ ଏଲିଜାବେଥ ହସପିଟାଲରେ ପ୍ରାଣ ହରାଇଥିଲେ । ଏଥିରେ ଛଅ ଜଣ ସଂପୃକ୍ତ ଥିଲେ । ଏମାନଙ୍କ ମଧ୍ୟରେ ଜଣେ ନାବଳକ ମଧ୍ୟ ରହିଥିଲା । ନାବାଳକକୁ ମୁକ୍ତ କରାଯାଇଥିଲା । ୨୦୧୩ରେ ରାମସିଂହ ନାମକ ଜଣେ ଅଭିଯୁକ୍ତ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଏହା ପରେ ବର୍ତ୍ତମାନ ଚାରି ଜଣ ଅଭିଯୁକ୍ତ ମୁକେଶ, ପବନ ଶୁକ୍ଲା, ବିନୟ ଶର୍ମା ଓ ଅକ୍ଷୟ ଜେଲରେ ଅଛନ୍ତି । ମେ ୫, ୨୦୧୭ରେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଡ଼ିସେମ୍ବର ୧୬ରେ ନିମ୍ନ ଅଦାଲତ ଦେଇଥିବା ମୃତ୍ୟୁଦଣ୍ଡକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅପରିବର୍ତ୍ତିତ ରଖିଥିଲେ।

ପଢନ୍ତୁ; ଘରେ ପ୍ରସ୍ତୁତ କରନ୍ତୁ ଗରମ ଗରମ ପନିର ମଞ୍ଚୁରିଆନ୍! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା,ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

ENO Beuro

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା !

ENO Beuro

ପରଲୋକରେ ମହମ୍ମଦ ଅଜିଜ୍‌ ,ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ENO Beuro

1 comment

Leave a Comment