Bollywood

ଏସିଆର ଶକ୍ତିଶାଳୀ ବିଜନେସ ୱମେନ ଓ ପ୍ରେରଣା ସ୍ରୋତ: ନୀତା ଅମ୍ବାନୀ

ଏସିଆର ଶକ୍ତିଶାଳୀ ବିଜନେସ ୱମେନ ଓ ପ୍ରେରଣା ସ୍ରୋତ: ନୀତା ଅମ୍ବାନୀ

ଯୁଗ ବଦଳି ଯାଇଛି, ତା ସହିତ ବଦଳିଛି ସମୟ ଓ ମନୁଷ୍ୟଙ୍କ ସାମାଜିକ ଚିନ୍ତାଧାରା । ଆଜିକା ସମୟରେ ଆଉ ନାରୀ ପୁରୁଷ ତୁଳନାରେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି । ସେମାନେ ମଧ୍ୟ ପୁରୁଷଙ୍କ ସହିତ ପାଦରେ ପାଦ ମିଶାଇ ଆଗେଇ ଚାଲିଛନ୍ତି । ପାଠପଢା ହଉ ଅବା ଖେଳକୁଦ, ରାଜନୀତି ହଉ କିମ୍ବା ବ୍ୟବସାୟରେ ସବୁଥିରେ ଏବେ ନାରୀମାନେ ଆଗୁଆ । ସେମିତି ଜଣେ ସୁଯୋଗ୍ୟା ମହିଳା ହେଉଛନ୍ତି ନୀତା ଅମ୍ବାନୀ ।

ଭାରତର ସର୍ବଶ୍ରେଷ୍ଟ  ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସର୍ବଦା ନିଜ ଜୀବନଚର୍ଜ୍ୟା  ନେଇ ଚର୍ଚ୍ଚାରେ ରୁହନ୍ତି । ଆଜି ନୀତା ତାଙ୍କ ୫୫ତମ ଜନ୍ମଦିବସ ପାଳୁଛନ୍ତି । ପାଠକେ ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ କିଛି ଖାସ କଥା ।

ନୀତାଙ୍କର ମିଡିଆରେ ଅନେକ ଚର୍ଚ୍ଚା ଯେ , ସେ ଦାମୀ ବସ୍ତ୍ର , ଗହଣା, ବ୍ରାଣ୍ଡେଡ୍ ଘଣ୍ଟା ଓ ପ୍ରସାଧନ ସାମଗ୍ରୀର ସଉକ ରଖନ୍ତି  । ଏସବୁ ନୀତା ନିଜ ସ୍ୱାସ୍ଥ୍ୟର ପ୍ରତି ବିଶେଷଧ୍ୟାନ ରଖନ୍ତି । ପ୍ରତିଦାନ ସକାଳୁ ଉଠି ଡ୍ୟାନ୍ସ, ଯୋଗ, ବ୍ୟାୟାମ ଆଦି କରନ୍ତି । ସକାଳୁ ନୀତା ପିଉଥିବା ଗୋଟେ କପ ଚାହାର ମୂଲ୍ୟ ୩,୦୦,୦୦୦ ଟଙ୍କା ।ନୀତା ଅମ୍ବାନୀ ଏଜୁକେଶନିଷ୍ଟ ହେବା ସହିତ ମୁମ୍ବାଇ ଇଣ୍ଡିଆନ୍ ଟିମର ମାଲିକାଣୀ ଅଟନ୍ତି । ସେ ଜଣେ ଉଚ୍ଚ ଶିକ୍ଷାବିତ୍ ଟିଚର୍ ଓ ଇଣ୍ଟିରିୟର୍ ଡେକୋରେଟର ମଧ୍ୟ ।

ବିଗତ ଦିନରେ ନୀତା ଅମ୍ବାନୀଙ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଥିଲା । ଏହି ଆୱାର୍ଡ ନୀତାଙ୍କୁ ରିଲାୟନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ହିସାବରେ ମିଳିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସମ୍ମାନିତ କରିଥିଲେ। ଫୋବର୍ସ ତାଙ୍କୁ ୨୦୧୬ ମସିହାରେ ଏସିଆର ୫୦ ଶକ୍ତିଶାଳୀ  ବିଜନେସ ୱମେନ ତାଲିକାର ଶୀର୍ଷରେ ରଖିଥିଲା।

ଅନେକ ନାରୀମାନଙ୍କ ପାଇଁ ନୀତା ଅମ୍ବାନୀ ହେଉଛନ୍ତି ପ୍ରେରଣାର ଉତ୍ସ ।

ଏସିଆର ଶକ୍ତିଶାଳୀ ବିଜନେସ ୱମେନ ଓ ପ୍ରେରଣା ସ୍ରୋତ: ନୀତା ଅମ୍ବାନୀ

ପଢନ୍ତୁ, ମୁନ ଟିଭି ମୁଭିଜ ପ୍ରଯୋଜିତ ନୂଆ ଓଡିଆ ଚଳଚ୍ଚିତ୍ର ବଜରଙ୍ଗୀ ଅଡ଼ିଓ ରିଲିଜ

Related posts

ଦିଲ୍ଲୀରେ ଆୟୋଜିତ ରିସେପ୍ସନରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ବିରୁଷ୍କା

ENO Beuro

ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

ENO Beuro

Renowned Odia filmmakers, Nila Madhab Panda’s Kadvi Hawa

ENO Beuro

Leave a Comment