EnewsOdia.Com

ଏବେ ରାସନ ଦୋକାନରେ ମିଳିବ ଅଣ୍ଡା, ମାଛ ଏବଂ ମାଂସ

ନୀତି ଆୟୋଗ ଏବେ ଏକ ଏଭଳି ପ୍ରସ୍ତାବ ଆଣିବାକୁ ଯାଉଛି ଯେଉଁଥିରେ ଭାରତର ଅପପୁଷ୍ଟି ସ୍ଥିତିରେ ପରିବର୍ତ୍ତନ ଆସିପାରିବ। ଏଥିପାଇଁ ସରକାରୀ ଭାବେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟରେ ସବ୍‌ସିଡି ବ୍ରବସ୍ଥା ରହିବ।  ଏବେ ଏହି ନୀତି ଅନୁସାରେ ସବ୍‌ସିଡିରେ ଅଣ୍ଡା, ମାଛ, କୁକୁଡ଼ା ମାଂସ ଏବଂ ମଟନ୍‌ ଆଦି ବିକ୍ରି କରାଯିବ। ଅପପୁଷ୍ଟିର ମାତ୍ରାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବଂ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ଏପରି କରାଯିବ ବୋଲି କୁହାଯାଉଛି। ଆସନ୍ତା ବର୍ଷ ଆରମ୍ଭରେ ଏହା ବିଧିବଦ୍ଧ ଭାବେ ଆସିବାକୁ ଥିବାବେଳେ ୨୦୨୦ ମସିହା ଏପ୍ରିଲ ୧ରୁ ଲାଗୁ ହେବ ବୋଲି କୁହାଯାଉଛି।

ନୀତି ଆୟୋଗ ସଦସ୍ୟ ରମେଶ ଚନ୍ଦ୍ର ଚାନ୍ଦ କହିବା ଅନୁଯାୟୀ, ଆୟ ବଢ଼ିବା ସହ ପୁଷ୍ଟିକର ଖାଦ୍ୟ ମଧ୍ୟ ଖାଇବା ଦରକାର ଏବଂ ଏହା ଖାଇବାରେ ସାମିଲ ହେଉଥିବା ନେଇ ଦୃଷ୍ଟି ରଖାଯିବା ଦରକାର। କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ଭାରତର ଖାଦ୍ୟ ବ୍ୟବସ୍ଥା ଅସ୍ୱାସ୍ଥ୍ୟକର ହେବାରେ ଲାଗିଛି। କାରଣ ଭାରତୀୟମାନେ ବର୍ତ୍ତମାନ ତେଲିଆ, ମିଠା ଏବଂ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରୁଛନ୍ତି। ଭିଜନ୍‌ ଡକ୍ୟୁମେଣ୍ଟରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ପ୍ରୋତ୍ସାହନ ପାଇଁ ଜନସଚେତନତା ସୃଷ୍ଟି କରାଯିବ।

ପଢନ୍ତୁ:  ଅଭିନବ ଉପାୟରେ ଯୁବକଙ୍କ ପ୍ରତିବାଦ

ସମ୍ବନ୍ଧିତ ଖବର

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ମାଡ଼ି ଆସୁଛି ବାତ୍ୟା ‘ମହା’

Ratnamani Maharana

ଡେରିରେ ହେଲେ ବି ଫେରିଛି ଶୀତ, ଖସୁଛି ପାରଦ

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ଫେବ୍ରୁଆରୀ ମାସ ନ ପୁରୁଣୁ ରୋଗୀଙ୍କୁ ମିଳୁଛି ଜୁଲାଇ ମାସର ରକ୍ତ ପ୍ୟାକେଟ୍

Ratnamani Maharana

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଏତଲା

Ratnamani Maharana