News

ମଞ୍ଚରେ ବେହୋସ ହୋଇ ପଡିଲେ ନିତୀନ ଗଡ଼କରୀ

nitin

ମହାରାଷ୍ଟ୍ର ଅହମ୍ମଦ୍‌ନଗରଠାରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କେନ୍ଦ୍ରୀୟ ମନ୍ତ୍ରୀ ନିତୀନ ଗଡ଼କରୀ ହଠାତ୍‌ ବେହୋସ ହୋଇ ପଡ଼ିଥିଲେ। ତେବେ ସଭା କାର୍ଯ୍ୟ ଚାଲିଥିବାବେଳେ ଗଡକାରୀ ହଠାତ ବେହୋସ ହୋଇ ସିଟରୁ ଗଳି ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

nitin

ଗଡ଼କରି ନିଜେ ମଧ୍ୟ ଟ୍ବିଟ୍‌ କରି ଜଣାଇଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହଠାତ୍‌ ରକ୍ତ ଶର୍କରା ସ୍ତର କମିଯିବାରୁ ସେ ବେହୋସ୍‌ ହୋଇ ପଡ଼ିଲେ। ଅନ୍ୟପକ୍ଷେ ମହାରାଷ୍ଟ୍ର ରାଜନେତା ତଥା ଏନ୍‌ସିପି ନେତା ଶରଦ ପାୱାର ଆଜି ନୀତୀନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଟ୍ବିଟ୍‌ କରି କହିଛନ୍ତି, ବେଳେବେଳେ କଠିନ ପରିଶ୍ରମ ସ୍ବାସ୍ଥ୍ୟ ଉପରେ ଖରାପ୍‌ ପ୍ରଭାବ ପ‌କାଇଥାଏ। ତେଣୁ ଏ କ୍ଷେତ୍ରରେ ସ୍ବାସ୍ଥ୍ୟର ଯଥେଷ୍ଟ ଯତ୍ନ ନେବା ଆବଶ୍ୟକ।

ସୂଚନାଯୋଗ୍ୟ,ଏହି ଘଟଣା ସମୟରେ ମହରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ଷ୍ଟେଜରେ ଉପସ୍ଥିତ ଥିଲେ। ଗଡ଼କରୀ ଚେତା ହରାଇ ପଡ଼ିଯିବା ବେଳେ ରାଜ୍ୟପାଳ ତାଙ୍କୁ ଧରି ନେଇଥିଲେ।

ପଢନ୍ତୁ; କଳିଙ୍ଗରେ ଗୋଲ ବର୍ଷା,ଚୀନ ବିପକ୍ଷରେ ୧୧-୦ ଗୋଲରେ ଜିତିଲା ଅଷ୍ଟ୍ରେଲିଆ

Related posts

୧୩ରୁ ୧୬ ଯାଏ ବର୍ଷା ସହ ପବନ ସମ୍ଭାବନା

Ratnamani Moharana

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଚଣ୍ଡିଖୋଲରେ ହେବ ଭୂତଳ ତୈଳ ଭଣ୍ଡାର

ENO Beuro

ପୁଣି ଥରେ ମୋଦିଙ୍କୁ ହତ୍ୟା ଧମକ

ENO Beuro

Leave a Comment