EnewsOdia.Com

ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

ଭୁବନେଶ୍ବର ଏକ ନମ୍ବର ହାଟରେ ବାଇକ୍ ପାର୍କିଂ ଉପରେ କଟକଣା ଜାରି କରାଯାଇଛି। ଏକ ନମ୍ବର ହାଟ ରାସ୍ତା କଡରେ ହେଉଥିବା ବାଇକ୍ ପାର୍କିଂ ଯୋଗୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଇଥାଏ। ଏଣୁ ଭିଡ ନିୟନ୍ତ୍ରଣ ପାଇଁ ଏକ ନମ୍ବର ମାର୍କେଟରେ ବାଇକ୍ ପାର୍କିଂ କଡ଼ାକଡ଼ି ବାରଣ କରାଯାଇଛି।

କେବଳ ସିଙ୍ଗଲ୍ ଲେନ୍‌ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍‌ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜି ଠାରୁ ଏନେଇ ଡିସିପି ଟ୍ରାଫିକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ ଉଠାଦୋକାନ ଗୁଡ଼ିକ ମଧ୍ୟ ଉଚ୍ଛେଦ କାମ ଚାଲିଛି।

ଏଠାରେ ସୂଚନାଯୋଗ୍ୟ ରାଜଧାନୀ ବାସୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ହାଟ ଏକ ନମ୍ବର ହାଟରେ ସର୍ବଦା ଭିଡ ରହିଥାଏ। ଏହି ସମୟ ମାନଙ୍କରେ ରାସ୍ତା ଉପରେ ଏଣେ ତେଣେ ବାଇକ ରଖି ହାଟ କରିବାକୁ ଲୋକମାନେ ଚାଲିଯାଆନ୍ତି। ଯାହା ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦିଏ।

ଏଥିସହ ଆଗକୁ ଭୂମିତଳ ରାସ୍ତାକୁ ଆହୁରି ସୁଗମ କରାଯିବ। ୟୁନିଟ୍‌ ୧ ଓ ୟୁନିଟ ୨ ମାର୍କେଟ୍‌ ରାସ୍ତାକୁ ଯିବାକୁ ହେଲେ ଲୋକ ରାସ୍ତାପାରି ହେଉଥିଲେ । ଏହାଦ୍ୱାରା ଟ୍ରାଫିକ ସମସ୍ୟା ହେଉଥିଲା, ତେଣୁ ରାସ୍ତା ପାରି ହେଉଥିବା ସ୍ଥାନକୁ ବନ୍ଦ କରାଯାଇ ,  ଭୂମିତଳ ରାସ୍ତାର ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ପଢନ୍ତୁ: ଏଣିକି ପ୍ରଥମ ଶ୍ରେଣୀରୁ ପିଲା ଶିଖିବେ ସ୍ପୋକେନ ଇଂଲିଶ

ସମ୍ବନ୍ଧିତ ଖବର

ଭାରତ ବନ୍ଦ ଯୋଗୁଁ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ

Ratnamani Maharana

ଏଣିକି ସବୁ RTOରୁ ମିଳିପାରିବ ଡିଏଲ୍

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ଓଡିଶା ଆସିନି କରୋନା!

Ratnamani Maharana

‘କଳ୍‌କୀ ଭଗବାନ’ଙ୍କ କଳା ରୂପ, ୪୦୯ କୋଟି ଟଙ୍କା, ୮୮କିଲୋ ସୁନା ଜବତ

Ratnamani Maharana

ଆଜି ବିଶ୍ୱ କର୍କଟ ଦିବସ : ପ୍ରତିବର୍ଷ କମିବା ବଦଳରେ ବଢିଚାଲୁଛି ରୋଗୀଙ୍କ ସଂଖ୍ୟା

Ratnamani Maharana