News

କିଛି ସର୍ତ୍ତ ସହ ବାଣ ଫୁଟାଇବାକୁ ମଞ୍ଜୁରୀ ପ୍ରଦାନ କଲେ ସୁପ୍ରିମ୍ କୋର୍ଟ

sc

ଦୀପାବଳିରେ ବାଣ ବିକ୍ରିକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେତେକ ସର୍ତ୍ତକୁ ପାଳନ କରି ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।

ତେବେ ଏଥର ଦୀପାବଳୀରେ କେବଳ ୨ ଘଣ୍ଟା ବାଣ ଫୁଟାଇବା ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏଥର ଦୀପାବଳୀରେ ବାଣ ବିକ୍ରି ହେବ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

sc

ଦୀପାବଳିରେ ବାଣ ବିକ୍ରି ପାଇଁ ସୁପ୍ରିମ୍‌ କୋର୍ଟ   ଆଜି ସବୁଜ ସଙ୍କେତ ଦେଇଛନ୍ତି। ତେବେ ଅନ୍‌ଲାଇନ୍‌ରେ ବାଣ ବିକ୍ରିକୁ ବାରଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଚାରପତି ଏ.କେ. ସିକରି ଏବଂ ଅଶୋକ ଭୂଷଣଙ୍କ ନେତୃତ୍ୱର ଗଠିତ ୨ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ରାୟକୁ ଖଣ୍ଡପୀଠଙ୍କ ପକ୍ଷରୁ ଅଗଷ୍ଟ ୨୮ରେ ସଂରକ୍ଷିତ ରଖାଯାଇଥିଲା। ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବାଣ ବିକ୍ରି କରିପାରିବେ ବୋଲି କୋର୍ଟ ସୂଚନା ଦେଇଛନ୍ତି।

ପଢନ୍ତୁ;ସେଲ୍‌ଫି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ENO Beuro

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

ENO Beuro

ଗିରଫ ହେଲା ଡନ୍‌ ଦାଉଦ୍‌ର ପୁତୁରା ରିଜ୍‌ବାନ୍‌ କାସକର

Ratnamani Moharana

Leave a Comment