Loading...

ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ନା

ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ନା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ କଟକଣା ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ। ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ବନ୍ଦ କରାଯାଇଛି।

ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ କଟକଣା ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ। ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ବନ୍ଦ କରାଯାଇଛି। ପୁଣି ୧୨ ଡେସିବିଲ୍‌ଠାରୁ ଅଧିକ ଶବ୍ଦର ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ସମସ୍ତେ ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ସହରବାସୀଙ୍କୁ ଅପିଲ କରିଛନ୍ତି। ସେହିପରି ବେଆଇନ ବାଣ ଫୁଟା ରୋକିବା ପାଇଁ ମଧ୍ୟ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.