EnewsOdia.Com

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଆରବ ସାଗରରେ ଏକ ଲଘୁଚାପ  ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପତବର୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଅକ୍ଟୋବର ମାସରେ ଓଡ଼ିଶା ପ୍ରତି ବାତ୍ୟା ଓ ବର୍ଷା  ଭୟ ନ ଥିବା ଜଣାପଡ଼ିଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ବର୍ଷା ଆଶଙ୍କା ଟଳିଛି । ବଡ଼ ବର୍ଷା ହେବ ନାହିଁ । କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଏବେ ଓଡ଼ିଶାକୁ ଉତ୍ତର ପୂର୍ବରୁ ପବନ ହେଉଛି। ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୨୧ ତାରିଖଠାରୁ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ବୋହିବ । ତେଣୁ ଜଣାପଡ଼ୁଛି ଯେ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ବଡ଼ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ ।

ପଢନ୍ତୁ: ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବନ୍ଧିତ ଖବର

କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

Ratnamani Maharana

ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana

କମିଛି ଥଣ୍ଡା, ୨୨ ଯାଏଁ ଘନ କୁହୁଡି

Ratnamani Maharana

କମିଲା ଥଣ୍ଡା, ଆସୁଛି କୁହୁଡି

Ratnamani Maharana

ଆଜିଠାରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

Ratnamani Maharana