Featured

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ଆଦେଶ : ଆଧାର ଲିଙ୍କ ଅବଧି ବଢିଲା

ବ୍ୟାଙ୍କ ଖାତା ଏବଂ ମୋବାଇଲ ନମ୍ବର ପାଇଁ ବଢିଲା ସମୟସୀମା

ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଲାଭ ନେବା ଲାଗି ବାଧ୍ୟତାମୂଳକ ଆଧାର ସଂଯୋଗ ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ଏଥିପାଇଁ ସମୟ ସୀମା ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବାବେଳେ ମଙ୍ଗଳବାର ସୁପ୍ରିମ କୋର୍ଟ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଆଧାର ଆଇନର ବୈଧତା ଉପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ କୌଣସି ଚୂଡାନ୍ତ ନିଷ୍ପତ୍ତି ନ ଆଣିଲା ପର୍ଯ୍ୟନ୍ତ ଲିଙ୍କିଙ୍ଗ ବା ସଂଯୋଗ ପ୍ରକ୍ରିୟା ଜାରି ରହିବ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ମୋବାଇଲ, ପାସପୋର୍ଟ, ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କର ଅବଧିକୁ ବଢାଇବା ସହ ତକ୍ରାଳ ପାସପୋର୍ଟ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ପୂର୍ବରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ବ୍ୟାଙ୍କଖାତା ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରିଥିଲେ।

ମାର୍ଚ ୩୧ ସୁଦ୍ଧା ବ୍ୟାଙ୍କ ଖାତା ଏବଂ ମୋବାଇଲ୍‌ ନମ୍ବର ସହ ଆଧାର ଲିଙ୍କ୍‌ କରାଇବାକୁ ବ୍ୟାଙ୍କ ଏବଂ ମୋବାଇଲ୍‌ କଂପାନିଗୁଡ଼ିକ ଗ୍ରାହକମାନଙ୍କ ପାଖକୁ ଘନ ଘନ ମେସେଜ୍‌ ପଠାଉଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ସେହି ଲୋକମାନଙ୍କୁ ଆଶ୍ୱସ୍ତ କରିବ। କୋର୍ଟଙ୍କ ନିର୍ଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ସୁପ୍ରିମକୋର୍ଟ ଆଗକୁ କିଛି ନକହିବା ପର୍ଯ୍ୟନ୍ତ ଆଧାର ଲିଙ୍କ୍‌ କରାଇବାକୁ ପଡ଼ିବନି। ଯେଉଁମାନେ ଆଧାର ଲିଙ୍କ୍‌ କରାଇନାହାନ୍ତି ସେମାନେ ମୋବାଇଲ୍‌ କଂପାନି କିମ୍ବା ବ୍ୟାଙ୍କର ମେସେଜ୍‌କୁ ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ।

ପଢନ୍ତୁ;

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

Related posts

ଯାଣନ୍ତୁ କମଳାର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଳା ର ଘରୋଇ ଉପଚାର

ENO Beuro

ଆସନ୍ତୁ ଜାଣିବା, ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର କାରଣ ଓ ଉପଚାର ସଂପର୍କରେ କିଛି ତଥ୍ୟ

ENO Beuro

ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ କହିଲେ ବିରାଟ କୋହଲି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More