EnewsOdia.Com

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି।  ଏଭଳି ଏକ ଅଦ୍ଭୁତ ନିଷ୍ପତି ନେଇଛି ଆସାମ ସରକାର।  ସୋମବାର ରାତିରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜନସଂଖ୍ୟା ବୃଦ୍ଧି ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଏହା ବ୍ୟତୀତ କ୍ୟାବିନେଟ ବୈଠରେ ନୂଆ ଭୂମି ନୀତିକୁ ବି ମଞ୍ଜୁରୀ ମିଳିଛି। ଭୂମିହୀନମାନଙ୍କୁ ଚାଷ ଏବଂ ଘର ପାଇଁ ଉପଯୁକ୍ତ ଜମି ଯୋଗାଇ ଦିଆଯିବ।

୨୦୨୧, ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ। ଯେଉଁ ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିବ ତାଙ୍କୁ ସରକାରୀ ଚାକିରି ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ କହିଛନ୍ତି। ୨୦୧୭ ସେପ୍ଟେମ୍ବରରେ ଆସାମ ବିଧାନସଭାରେ ‘ଆସାମର ଜନସଂଖ୍ୟା ଓ ନାରୀ ସଶକ୍ତିକରଣ ପଲିସି’ ପାରିତ ହୋଇଥିଲା। ଯେଉଁ ପ୍ରାର୍ଥୀମାନଙ୍କର ୨ଟି ସନ୍ତାନ ଥିବ ସେମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ଭାବେ ବିବେଚିତ ହେବେ ବୋଲି ଏଥିରେ ନିୟମ ଥିଲା। ଏଥିସହ ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିଲା।
ପଢନ୍ତୁ: ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

ସମ୍ବନ୍ଧିତ ଖବର

ସମୁଦ୍ରରେ ଫସିରହିଛି ୫୦ଟି ବଙ୍ଗୀୟ ମତ୍ସ୍ୟଜୀବୀ ବୋଟ, ବୁଲବୁଲ ଯିବା ପର୍ଯ୍ୟନ୍ତ ଧାମରାରେ ନେବେ ଆଶ୍ରୟ

Ratnamani Maharana

ଚାକିରି ଖାଉଛି ମାନ୍ଦାବସ୍ଥା

Ratnamani Maharana

କଟକର ଆଇନକ୍ସରେ ‘ଛପାକ୍‌’ ଦେଖିଲେ ଓଡିଶାର ୫ ଏସିଡ୍‌ ପୀଡ଼ିତା

Ratnamani Maharana

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

ଫେବୃଆରୀରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana