News

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଅଦିନିଆ ବର୍ଷା ଓ ଫସଲହାନି ଯୋଗୁଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ଉପକୂଳବର୍ତ୍ତି ୧୫ଟି ଜିଲ୍ଲାର ରାଜସ୍ୱ ଓ କୃଷି କ୍ଷେତ୍ର ଅଧିକାରୀଙ୍କ ଶନିବାର ଓ ରବିବାର ଛୁଟି ବାତିଲ କରାଯାଇଛି । ଏନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି ।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ଫଳରେ ଏହାର ପ୍ରଭାବ ଉପକୂଳ ଓଡିଶାରେ ପଡିଛି । ପାଗ ମେଘୁଆ ଥିବା ବେଳେ କେତେକ ସ୍ଥାନରେ ବର୍ଷା ହେଉଛି ।

ତେବେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କ ସମସ୍ୟା ବଢି ଚାଲିଛି । ମରୁଡ଼ି ସ୍ଥିତି, ପରେ ଚକଡ଼ା ପୋକ ଆଉ ଏବେ ଲଘୁଚାପ ବର୍ଷା ।  ଏକାସହ ସବୁ ସମସ୍ୟାରେ ଚାଷୀଙ୍କ ମୁଣ୍ଡ ଭାରାକ୍ରାନ୍ତ ହେଇଛି । ଲଗାତର ଦୁଇ ଦିନର ବର୍ଷାରେ ଉଜୁଡି ଗଲାଣି ଫସଲ ।

ସବୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ କ୍ଷେତ୍ର କର୍ମଚାରୀମାନେ ଚାଷୀଙ୍କ ନିକଟକୁ ଯାଇ କ୍ଷୟକ୍ଷତି ଆକଳନ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ  ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ପଢନ୍ତୁ, ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

Related posts

ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ଏବେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବନି : ଏଚଡ଼ିଏଫସି ବ୍ୟାଙ୍କ

ENO Beuro

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନଙ୍କ ସମେତ ୪ ମୃତ

ENO Beuro

ଆଉ ଥରେ ଖୋଲାଯିବ ରତ୍ନଭଣ୍ଡାର 

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More