News

ବର୍ତ୍ତମାନ କାଗଜ ନୁହେଁ ମୋବାଇଲ ଆପରେ ହେବ ଜନଗଣନା

Untitled 1

ଜନଗଣନା   ପାଇଁ କାଗଜ ଫର୍ମ ବଦଳରେ ମୋବାଇଲ ଆପ୍ ଜରିଆରେ ତଥ୍ୟ ଏକତ୍ରିତ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେଉଥିବା ୨୦୨୧ ପାଇଁ ବାର ଶହ କୋଟିରୁ ଅଧିକ ନାଗରିକମାନଙ୍କ ଜନଗଣନା ମୋବାଇଲ  ମାଧ୍ୟମରେ କରିବା ପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଛି।  ଜନଗଣନା ପ୍ରକ୍ରିୟା ଆସନ୍ତା ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ମାସରେ ଏହାକୁ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ଦ୍ବାରା ଆପ ସମ୍ପର୍କରେ ଅବଗତ କରାଯିବ। ଏହାପରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହେବ।

କାଗଜ ଫର୍ମରେ ତଥ୍ୟ ଏକାଠି କରିବା ବହୁତ ଜଟିଳ। କିନ୍ତୁ ଏହି ନୁଆ ବିକଶିତ ହୋଇଥିବା ମୋବାଇଲ ଆପରେ ବିଶ୍ଲେଷଣ ଖୁବ୍ ସହଜ। ଏଥିପାଇଁ ଅଦିକ ସମୟ ଆବଶ୍ୟକ ହେବନାହିଁ। ୨୦୨୧ ବର୍ଷ ଜନଗଣନାରେ ଏହି ମୋବାଇଲ ଆପ ମାଧ୍ୟମରେ ୬୦ ରୁ ଅଧିକ ତଥ୍ୟ ଏକାଠି ହୋଇପାରିବ। ଏଥିରେ ଘରେ ଉପଲବ୍ଧ ସୁବିଧା, ପାନୀୟ ଜଳ, ବିଜୁଳି, ବାହାନ, ଧର୍ମ, ବ୍ୟବସାୟ, ଲିଙ୍ଗ, ସାକ୍ଷରତା, ମାତୃଭାଷା ସାମିଲ ରହିବ। ଏନପିଆରଙ୍କ ପାଇଁ ଏହି ଆପରେ ଅଲଗା ସେଟ୍ ରହିବ। ଏଥିରେ ନା, ଜନ୍ମ ତାରିଖ, ପିତାଙ୍କ ନାମ, ଆଧାର, ପାସପୋର୍ଟ, ମୋବାଇଲ, ପାନ ନମ୍ବର ଏବଂ ମତଦାତାଙ୍କ ପରିଚୟ ପତ୍ର ସଂଖ୍ୟା ସାମିଲ ହେବ।

ପଢନ୍ତୁ: ସାରା ଦେଶର ୧୧୦ଟି ସ୍ଥାନରେ ସିବିଆଇର ରେଡ୍

Related posts

ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!

ENO Beuro

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆର୍‌ବିଆଇ ଜାରି କଲା ନୂଆ ନିୟମ

ENO Beuro

Leave a Comment