News

ଏଥର ବଜେଟରେ ଅଲୋଡା ପ୍ରତିରକ୍ଷା ବିଭାଗ

Untitled 1

ଦିନକୁ ଦିନ ଜଟିଳ ହେଉଥିବା ଦେଶର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଥର ପ୍ରତିରକ୍ଷା  ବ୍ୟୟବରାଦ ବଢାବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ   ନିଜର ପ୍ରଥମ ବଜେଟରେ ପ୍ରତିରକ୍ଷା କ୍ଷେତ୍ରର ନାଁ ଧରି ନାହାନ୍ତି । ଭାରତର ପ୍ରତିରକ୍ଷା ବଜେଟ ବିଶ୍ୱରେ ୫ମ ବୃହତ୍ତମ ହୋଇଥିଲେ ମଧ୍ୟ ସେନାର ଆଧୁନିକୀକରଣ ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଗତ ଫେବ୍ରୁଆରୀରେ ଘୋଷିତ କାମଚଳା ବଜେଟରେ ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି  ଟପିଥିଲା । ୨୦୧୮ ବଜେଟରେ ତତକାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ଏଥର ପ୍ରତିରକ୍ଷା ବଜେଟ୍‌ ୭.୮୧ ପ୍ରତିଶତ ବଢାଇ ୨୯୫,୫୧୧ କୋଟି ଟଙ୍କା କରିଥିଲେ । ଏହା ଦେଶର ଜିଡିପିର ମାତ୍ର ୧.୫୮ ପ୍ରତିଶତ, ଯାହାକି ଗତ ୧୯୬୨ପରଠାରୁ ସବୁଠୁ କମ । ବିଶେଷଜ୍ଞଙ୍କ ମତରେ ଏହା ଅତିକମରେ ଆମ ଜିଡିପିର ୨.୫ ପ୍ରତିଶତରୁ ଅଧିକ ହେବା ଜରୁରୀ ।

କେବଳ ଏବର୍ଷ ନୁହେଁ ଗତ ଅନେକ ବର୍ଷ ଧରି ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅବହେଳା କରିଆସିଛନ୍ତି । ଯେତିକି ବ୍ୟୟ ବରାଦ ହେଉଛି ଦରମା ଓ ପେନସନ  ପରେ ଜରୁରୀ ଶସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତି କିଣିବା ପାଇଁ ଯେତିିକି ରହୁଛି ତାହା ଯଥେଷ୍ଟ ନୁହେଁ ବୋଲି ଆଲୋଚନା ହେଉଛି ।

ପଢନ୍ତୁ: ବିଶ୍ବକପର ସେମିଫାଇନାଲରେ ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ,

Related posts

ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ENO Beuro

ସୋସିଆଲ ମିଡିଆରେ ଶିଖ ପୁଲିସ ଏସ୍ଆଇ ହିରୋ, ଉତ୍ୟକ୍ତ ଲୋକଙ୍କ କବଳରୁ ମୁସଲିମ ଯୁବକକୁ ବଞ୍ଚାଇଲେ !

ENO Beuro

ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

ENO Beuro

Leave a Comment