News

‘ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ’ ,ଦ୍ୱିତୀୟ ଥର ହେବନି ଯାଞ୍ଚ୍‌ :ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ କରାଇବା ପାଇଁ କରାଯାଇଥିବା ଜନସ୍ୱାର୍ଥ ମାମଲାରେ ସହାୟତା କରିବାକୁ ସୁପ୍ରିମ୍‌ କୋର୍ଟ ଶରଣଙ୍କୁ ନିଯୁକ୍ତି କରିଥିଲେ।ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାର ଦ୍ୱିତୀୟ ଥର ଯାଞ୍ଚ୍‌ ହେବନି ବୋଲି ଏଥିପାଇଁ ନିଯୁକ୍ତ ନ୍ୟାୟମିତ୍ର(ଆମିକସ୍‌ କ୍ୟୁରୀ)ଅମରେନ୍ଦ୍ର ଶରଣ ସୂଚିତ କରିଛନ୍ତି। ଏହି ଘଟଣାରେ କୌଣସି ବିଦେଶୀ ସଂସ୍ଥାର ହାତ ନାହିଁ। ଜାତିର ପିତାଙ୍କୁ ନାଥୁରାମ ଗଡ୍‌ସେ ହତ୍ୟା କରିଥିଲେ ବୋଲି ସେ କହିଛନ୍ତି।

ବମ୍ବେ ସ୍ଥିତ ଅଭିନବ ଭାରତ ଶୋଧକର୍ତ୍ତା ତଥା ନ୍ୟାସୀ ଡ. ପଙ୍କଜ ଫଡ଼ଣୀସ୍‌ କହିଛନ୍ତି ଯେ ,ମହାତ୍ମାଙ୍କୁ ଦୁଇଜଣ ଗୁଳି ଚଳାଇଥିଲେ ଏବଂ ତାଙ୍କ ଶରୀରରେ ୪ଟି ଗୁଳି ଲାଗିଥିଲା ଚତୁର୍ଥ ଗୁଳି ଚୋଟରେ ହିଁ ଗାନ୍ଧୀଜୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ଫଡ଼ନୀସଙ୍କ ଜନସ୍ୱାର୍ଥ ମାମଲା ଦାବି କରୁଛି।

ଏଥିରେ କୌଣସି ବିଦେଶୀ ସଂସ୍ଥା ହାତ ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟରେ ଗତବର୍ଷ ଅକ୍ଟୋବରରେ ଆବେଦନ ଦାଖଲ କରିଥିଲେ। ସେ କହିଛନ୍ତି ଯେ ଗାନ୍ଧୀଜୀଙ୍କ ହତ୍ୟାକାଣ୍ଡ ଇତିହାସରେ ସବୁଠୁ ଗୋପନୀୟ ଘଟଣା ମଧ୍ୟରୁ ଗୋଟିଏ।

ଫଡ଼ନୀସ ଜନସ୍ୱାର୍ଥ ମାମଲାରେ ଦାବି କରିଥିଲେ ଯେ ମହାତ୍ମାଙ୍କ ହତ୍ୟାକାଣ୍ଡରେ ଦୁଇ ଜଣରୁ ଅଧିକ ଲୋକ ସମ୍ପୃକ୍ତ ଥିଲେ।

ଏହାର ଉତ୍ତର ପାଇବାକୁ ସୁପ୍ରିମ୍‌ କୋର୍ଟ ଶରଣଙ୍କୁ ଜଣେ ଆମିକ୍ୟୁସ୍‌ କ୍ୟୁରି ଭାବେ ନିଯୁକ୍ତ କରି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ସହାୟତା କରିବାକୁ କହିଥିଲେ।
ଶରଣ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ମହାତ୍ମାଙ୍କୁ ସଫଳତାର ସହ ହତ୍ୟା କରିବାକୁ ଜଣେ ରହସ୍ୟମୟ ଦ୍ୱିତୀୟ ବ୍ୟକ୍ତି ସମ୍ପୃକ୍ତ ଥିବା କଥା ସାବ୍ୟସ୍ତ କରିବାକୁ କୌଣସି ପ୍ରମାଣ ନାହିଁ। ନାଥୁରାମ ଗଡ୍‌ସେଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ଗାନ୍ଧୀଜୀଙ୍କୁ ହତ୍ୟା କରିଥିବା କଥା କହିବାକୁ କୌଣସି ପ୍ରମାଣ ନାହିଁ ।

ପଢନ୍ତୁ ;

ଆପଣ ସୁନ୍ଦରତା କୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଘରେଇ ଉପାଯରେ ସୌନ୍ଦର୍ଯ୍ୟ ବୃଦ୍ଧି

Related posts

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

ENO Beuro

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

ENO Beuro

ଅନୁଗୁଳ:ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

ENO Beuro

Leave a Comment