ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ପୁଣି ଥରେ ସୁପ୍ରିମକୋର୍ଟ ଦେଲେ ଆଉ ଏକ ଐତିହାସିକ ରାୟ । ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ଥିବା ଭାରତର ତାଜମହଲରେ ହୋଇପାରିବନି ନମାଜ ପଢା । ପୂର୍ବରୁ ତାଜମହଲରେ ନମାଜ ପଢାଯାଉ ବୋଲି ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଅନେକ ବର୍ଷ ଧରି ଏହି ମାମଲା ଚାଲିଥିଲେ ମଧ୍ୟ ସୋମବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି।

ସୁପ୍ରିମକୋର୍ଟଙ୍କ କହିବାନୁଯାୟୀ ତାଜମହଲ ହେଉଛି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ସେଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ଅନେକ ସମୟରେ ସେଠାରେ ଦେଶ ବାହାରୁ କିମ୍ବା ଦେଶ ଭିତରୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ତେଣୁ ଏଠାରେ ନମାଜ ପଢିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ନମାଜ ପଢିବା ପାଇଁ ଏହା ଛଡା ଆହୁରି ଅନେକ ସ୍ଥାନ ରହିଛି।

ତାଜମହଲରେ ନମାଜ ପାଠକୁ ନେଇ ଆରଏସଏସ ପକ୍ଷରୁ ବାରମ୍ବାର ବିରୋଧ କରାଯାଇଛି। ଆରଏସଏସର ଇତିହାସ ବିଭାଗ ତଥା ଅଖିଳ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ତାଜମହଲରେ ଶୁକ୍ରବାର ହେଉଥିବା ନମାଜ ପଠ ଉପରେ ପ୍ରତିବଦ୍ଧକ ଲଗାଇବାକୁ ଦାବି କରାଯାଇ ଥିଲା। ଅନ୍ୟଥା ସେଠାରେ ଶିବ ଚାଳିସା ପଠ କରିବାକୁ ସମିତି ଦାବି ଉପସ୍ଥାପନ କରିଥିଲା। ତାଜମହଲ ଏକ ହିନ୍ଦୁ ଶିବ ମନ୍ଦିର ଉପରେ ନିର୍ମାଣ କରାଯାଇ ଥିବା ଉକ୍ତ ସମିତି ଯୁକ୍ତି ଉପସ୍ଥାପନ କରି ଏଭଳି ଦାବି କରିଥିଲେ। ତେବେ ସୁପ୍ରିମ କୋର୍ଟ ଏହି ମାମଲାରେ ରାୟ ପ୍ରଦାନ କରି ଏଭଳି ବିବାଦୀୟ ପ୍ରସଙ୍ଗକୁ ସମାଧାନ କରିଛନ୍ତି।

ପଢନ୍ତୁ; ନିର୍ଭୟା ଗଣ ଦୁଷ୍କର୍ମ ମାମଲା:୩ ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାଏମ୍‌ ରଖିଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମକୋର୍ଟଙ୍କ କହିବାନୁଯାୟୀ ତାଜମହଲ ହେଉଛି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । - 4.5

89%

ସେଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି - 4.1

81%
4.3/5

Very Good!

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

ପୁଣି ଥରେ ସୁପ୍ରିମକୋର୍ଟ ଦେଲେ ଆଉ ଏକ ଐତିହାସିକ ରାୟ । ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ଥିବା ଭାରତର ତାଜମହଲରେ ହୋଇପାରିବନି ନମାଜ ପଢା । ପୂର୍ବରୁ ତାଜମହଲରେ ନମାଜ ପଢାଯାଉ ବୋଲି ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

No Votes Yet

You're not rated yet