News

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଭୁଲିଗଲେ କେନ୍ଦ୍ର ସରକାର

Untitled 1
  • ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଭୁଲିଗଲେ କେନ୍ଦ୍ର ସରକାର । ଦେଶର ୧୭ ଆଇକନିକ୍ ସାଇଟରେ ଓଡ଼ିଶାର ଗୋଟିଏ ବି ସ୍ଥାନ ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ସରକାରୀ ସ୍ତରରେ ଏହାର ପ୍ରତିବାଦ ହେବ । କୋଣାର୍କର ସୂର୍ଯ୍ୟମନ୍ଦିର। କଳା କାରିଗରୀରେ ଉତ୍କର୍ଷତାର ଅନ୍ୟ ନାଁ। ବିଶ୍ୱ ଐତିହ୍ୟ ମାନଚିତ୍ରରେ ବି ସ୍ଥାନ ପାଇଛି ଉତ୍କଳର ଏ ଆଶ୍ଚର୍ଯ୍ୟ।  ହେଲେ ଭାରତର ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ତାଲିକାରେ ନାହିଁ କୋଣାର୍କ।

ଉତ୍କର୍ଷ କଳାର ରାଜ୍ୟ ଉତ୍କଳ । ଏହାର ସୌନ୍ଦର୍ଯ୍ୟ ଖାଲି ଦେଶ କାହିଁକି, ସାରା ବିଶ୍ୱର ପର୍ଯ୍ୟଟକଙ୍କ ଲାଗି ଆକର୍ଷଣ ହୋଇଛି ।  କୋଣାର୍କର ସୂର୍ଯ୍ୟ ମନ୍ଦିର, ନୀଳାମ୍ବୁ ଚିଲିକା, ବିଶାଳ ସାମୁଦ୍ରିକ ବେଳାଭୂମି, ଧଉଳି ଗିରି, ଉଦୟଗିରି, ରତ୍ନଗିରି, ଭିତରକନିକା, ଶିମିଳିପାଳ, ଟିକରପଡ଼ା । ଗଣି ବସିଲେ ସରିବନି । ହେଲେ ଏ ସବୁ କିନ୍ତୁ କେନ୍ଦ୍ର ସରକାରଙ୍କ ଆଖିରେ ଆଇକନିକ୍ ସାଇଟ୍ ମାନ୍ୟତା ପାଇବାକୁ ଯୋଗ୍ୟ ହେଲାନି ।ଏପରିକି ବିଶ୍ୱର କୋଣ ଅନୁକୋଣର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଜଗନ୍ନାଥ ଧାମ  ପୁରୀକୁ ବି ପାସୋରି ଯାଇଛି କେନ୍ଦ୍ର।

ପଢନ୍ତୁ: ବର୍ତ୍ତମାନ କାଗଜ ନୁହେଁ ମୋବାଇଲ ଆପରେ ହେବ ଜନଗଣନା

Related posts

ଲଣ୍ଡନରେ ବନ୍ଧା ହେଲେ ନୀରବ

ENO Beuro

ଲଘୁଚାପ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ENO Beuro

ସମ୍ବଲପୁର ଝିଅ ଅର୍ପିତା ହେଲେ ଗାଲେକ୍ସି ଲିଟିଲ ମିସ୍‌ ୱାର୍ଲଡ

ENO Beuro

Leave a Comment