News

ନୋ ପାର୍କିଂ ରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

ନୋ ପାର୍କିଂ ରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

ଆଜିକାଲି ଗାଡି ସଂଖ୍ୟା ଯେମିତି ବଢିଚାଲିଛି, ବେଆଇନ ଭାବରେ ଗାଡି ପାର୍କିଂ ମଧ୍ୟ ସେମିତି ଅଧିକ ଦେଖିବାକୁ ମିଳୁଛି । ଏଣୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ବେଆଇନ ଭାବରେ ଗାଡି ପାର୍କିଂକୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି କେହି ପାର୍କିଂର ନିୟମ ଉଲ୍ଲଘଂନ କରି ଭୁଲ ତଥା ବେଆଇନ ଭାବରେ ବା ଭୁଲ ସ୍ଥାନରେ ଗାଡି ପାର୍କିଂ କରନ୍ତି ତେବେ ଉକ୍ତ ଗାଡିର ଏକ ଫଟୋ ଉଠାଇ ସମ୍ବନ୍ଧିତ ଅଧିକାରୀ ବା ପ୍ରାଧିକରଣଙ୍କ ନିକଟକୁ ପଠାଇବା ଦ୍ୱାରା ପ୍ରେରଣ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଗଡକରୀ କହିଛନ୍ତି ।

ତାଙ୍କ ନିର୍ଦ୍ଦେଶାନୁସାରେ, ସଡକ ଉପରେ କୌଣସି ବି ଗାଡି ବେଆଇନ ଭାବରେ ନୋ-ପାର୍କିଂ ସ୍ଥାନରେ ରଖା ହୋଇଥାଏ , ଆଉ ଯଦି କେହି ବ୍ୟକ୍ତି ତାର ଏକ ଫଟୋ ଉଠାଇ ତାକୁ ପରିବହନ ବିଭାଗ କିମ୍ବା ପୁଲିସ ଅଧିକାରୀଙ୍କ ନିକଟକୁ ପ୍ରେରଣ କରନ୍ତି । ତାହେଲେ  ଉକ୍ତ ଫଟୋକୁ ଆଧାର କରି ଗାଡି ମାଲିକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ ଏବଂ ଏହି ଜରିମାନା ଟଙ୍କାର ୧୦ ପ୍ରତିଶତ ଅର୍ଥ ରାଶି, ଫଟୋ ପଠାଇ ପ୍ରେରଣ ଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ଆକାରରେ ପ୍ରଦାନ କରାଯିବ ।

ନୋ-ପାର୍କିଂରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

ପଢନ୍ତୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସୂଚନା, ବନ୍ଦ ହୋଇପାରେ ଆକାଉଂଟ

Related posts

ପିଆଜ, ଆଳୁ ଓ ଟମାଟୋ ମୂଲ୍ୟର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ଅପରେସନ୍‌ ଗ୍ରିନ୍‌

ENO Beuro

ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

ENO Beuro

ବାର୍ଡ ଫ୍ଲୁ ପ୍ରଭାବରେ ୫୦ରୁ ଅଧିକ ଗ୍ରାମ, କୁକୁଡା ମରା ସଂଖ୍ୟା ୧୨ ହଜାର ଟପିଲା

ENO Beuro

Leave a Comment