Loading...

ଏଥର ବି ଖଣ୍ଡଗିରି ମେଳାରେ ଯାତ୍ରା ପେଣ୍ଡାଲକୁ ଅନୁମତି ଦେଲାନି ପ୍ରଶାସନ

ଏଥର ବି ଖଣ୍ଡଗିରି ମେଳାରେ ଯାତ୍ରା ପେଣ୍ଡାଲକୁ ଅନୁମତି ଦେଲାନି ପ୍ରଶାସନ

ଏଥର ହେବନି ଖଣ୍ଡଗିରି ଯାତ୍ରା । ପୁଣି ବାଧକ ସାଜିଲା କରୋନା ମହାମାରୀ । ଖଣ୍ଡଗିରି ଯାତ୍ରା ପାଇଁ ଚଳିତ ଥର ଅନୁମତି ମିଳିନାହିଁ ।

ଏଥର ହେବନି ଖଣ୍ଡଗିରି ଯାତ୍ରା । ପୁଣି ବାଧକ ସାଜିଲା କରୋନା ମହାମାରୀ । ଖଣ୍ଡଗିରି ଯାତ୍ରା ପାଇଁ ଚଳିତ ଥର ଅନୁମତି ମିଳିନାହିଁ । ଫଳରେ ଦ୍ବିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଛି । ଏଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।

ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ଅନୁମତି ମଗା ଯାଇଥିଲା । କମିଟିମାନେ ପ୍ରଥମେ ଭୁବନେଶ୍ବର ଡିସିପି ଏବଂ ପରେ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ । ତେବେ ଶେଷରେ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନାହିଁ । ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.