Loading...

ଟ୍ୱିଟର ମୁଖ୍ୟାଳୟର ଭଡା ଦେଇପାରୁନାହାନ୍ତି ଏଲୋନ ମସ୍କ

ଟ୍ୱିଟର ମୁଖ୍ୟାଳୟର ଭଡା ଦେଇପାରୁନାହାନ୍ତି ଏଲୋନ ମସ୍କ

ଏଲୋନ୍ ମସ୍କ ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଥିଲେ, ସେହିଦିନଠାରୁ ସେ ଅଧା କର୍ମଚାରୀଙ୍କୁ କାଢ଼ିଦେଇଛନ୍ତି | ଟ୍ୱିଟର ଅଧିଗ୍ରହଣ ହେତୁ ମସ୍କଙ୍କ ଉପରେ ପ୍ରାୟ ୧୨.୫ ବିଲିୟନ ଡ଼ଲାର ଋଣ ଅଛି।

ଟ୍ୱିଟରର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ବାସ୍ତବରେ ଆମେରିକାର ଟ୍ୱିଟର ମୁଖ୍ୟାଳୟର ଏଲୋନ୍ ମସ୍କ ଭଡା ଦେବାକୁ ସକ୍ଷମ ହୋଇପାରୁନାହାଁନ୍ତି। ବର୍ତ୍ତମାନ ବିଲଡିଂ ମାଲିକଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇଛି। ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ, ଏଲୋନ୍ ମସ୍କ ଟ୍ୱିଟର ହାସଲ କରିବା ପରଠାରୁ ଟ୍ୱିଟରର ସାନଫ୍ରାନ୍ସିସ୍କୋ ମୁଖ୍ୟାଳୟ ପାଇଁ ଭଡା ପ୍ରଦାନ କରାଯାଇ ନାହିଁ। ସୋସିଆଲ ମିଡିଆ କମ୍ପାନୀ ଏହାର ମୁଖ୍ୟାଳୟ ପାଇଁ ଡିସେମ୍ବର ମାସ ପାଇଁ ୩.୩୬ ମିଲିୟନ ଡ଼ଲାର ଏବଂ ଜାନୁଆରୀ ପାଇଁ ୩.୪୨ ମିଲିୟନ ଡ଼ଲାର ଭଡା ଦେବାରେ ବିଫଳ ହୋଇଛି | ଅଭିଯୋଗ ଅନୁଯାୟୀ, ସାନଫ୍ରାନ୍ସିସ୍କୋ ବିଲ୍ଡିଂର ଆଠ ମହଲା ଉପରେ ଟୁଇଟର ୪୬୦,୦୦୦ ବର୍ଗ ଫୁଟରୁ ଅଧିକ ସ୍ଥାନ ଭଡାରେ ନେଇଛି |ଅନ୍ୟପଟେ ଟ୍ୱିଟରର ସିଇଓ ସାନ ଫ୍ରାନ୍ସିସ୍କୋ ମୁଖ୍ୟାଳୟରୁ ୬୩୧ଟି ସାମଗ୍ରୀର ନିଲାମ ମଧ୍ୟ କରିଛନ୍ତି। ଅନଲାଇନ୍ ନିଲାମ ସମୟରେ ଏଲୋନ୍ ମସ୍କ ପ୍ରାୟ ୧୦୦ଟି ସାମଗ୍ରୀକୁ ଭଲ ମୂଲ୍ୟରେ ବିକ୍ରି କରିଥିଲେ | ଏଥିରେ ଟ୍ୱିଟର ଲୋଗୋ ୧ ଲକ୍ଷ ଡଲାର ଅର୍ଥାତ୍ ୮୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା | ଏଥିସହ ଟ୍ୱିଟର ମୁଖ୍ୟାଳୟre ଥିବା ଡିଜାଇନର୍ ଚେୟାର, ଟେବୁଲ୍ ଏବଂ କଫି ମେସିନ୍ ଭଳି ଆଇଟମ୍ ବିକ୍ରି ହୋଇଥିଲା | ଏହି ନିଲାମ ୨୭ ଘଣ୍ଟା ଧରି ଚାଲିଥିଲା ​​| ଏହି ସମୟ ମଧ୍ୟରେ ଅଧିକ ମୂଲ୍ୟ ହେତୁ କିଛି ଜିନିଷ ନିଲାମ ହୋଇପାରିନଥିଲା | ସୂଚନା ଥାଉ କି ଯେ ଏଲୋନ୍ ମସ୍କ ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଥିଲେ, ସେହିଦିନଠାରୁ ସେ ଅଧା କର୍ମଚାରୀଙ୍କୁ କାଢ଼ିଦେଇଛନ୍ତି | ଟ୍ୱିଟର ଅଧିଗ୍ରହଣ ହେତୁ ମସ୍କଙ୍କ ଉପରେ ପ୍ରାୟ ୧୨.୫ ବିଲିୟନ ଡ଼ଲାର ଋଣ ଅଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.