EnewsOdia.Com

ଏକା ସାଥିରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ତାଙ୍କର ରାୟ ଘୋଷଣା କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ। ଏଥିସହ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ଗୋଟିଏ ପରେ ଗୋଟିଏ ଚାଲ୍‌ କରୁଥିବାରୁ ସେମାନଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ୨ ଥର ଫାଶୀ ତାରିଖ ଘୁଞ୍ଚାଯାଇ ସାରିଲାଣି। ତେଣୁ ଦୋଷୀମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦେବାକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏବଂ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ଖାରଜ କରି ଉପରୋକ୍ତ ରାୟ ଦେଇଛନ୍ତି।

ପଢନ୍ତୁ: ଏହି ୫ଟି ଉପାୟରେ ହ୍ୟାକର୍ସଙ୍କୁ ମିଳିଥାଏ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଚାବି, କେବେ ବି କରନ୍ତୁନି ଏଭଳି ଭୁଲ୍‌

ସମ୍ବନ୍ଧିତ ଖବର

ଦୌଡରାଣୀରୁ ହୋଟେଲ ମାଲିକାଣୀ ସାଜିଲେ ଦୂତୀ ଚାନ୍ଦ

Ratnamani Maharana

କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

Ratnamani Maharana

ଟୋକିଓ ଅଲମ୍ପିକରେ ପହଞ୍ଚିଲା କରୋନା ଆତଙ୍କ

Ratnamani Maharana

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାରେ ଡେଥ ଓ୍ଵାରେଣ୍ଟ

Ratnamani Maharana

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

Ratnamani Maharana